କନକ ବ୍ୟୁରୋ : କ୍ରିକେଟ୍ ପଡ଼ିଆର ଭ୍ରମ ସୃଷ୍ଟି କରୁଛି ମହାନଦୀ ମୁହାଣ ଅଂଚଳ । ଆଉ କିଛି ବାଟ ଗଲେ ବଙ୍ଗୋପସାଗରେ ମିଶିଛି ଓଡ଼ିଶାର ବଡ଼ ନଦୀ । ଯାହାକି ବାଲିଚରରେ ପୋତି ହୋଇଗଲାଣି । ଯେଉଁ ସମୟରେ ନଦୀରେ ଭରପୁର ପାଣି ରହିବା କଥା, ସେହି ସମୟରେ ଶୁଖିଲା ପଡିଛି ।

Advertisment

ଛତିଶଗଡ଼ ପାଣି ଛାଡୁନି ବୋଲି ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି । ବନ୍ୟା ପାଣି ନିୟନ୍ତ୍ରଣ ପାଇଁ ନଦୀବନ୍ଧକୁ ସୁଦୃଢ କରିବାକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ, ମହାନଦୀ ତଳ ମୁଣ୍ଡରେ ଅବସ୍ଥା ଚିନ୍ତାଜନକ । ମୁହାଣ ପୋତି ହେବା ଫଳରେ ନଦୀର ଜଳ ଠିକ୍ ଭାବରେ ନିଷ୍କାଷିତ ହୋଇ ନପାରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଯାହା ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରିଛନ୍ତି ତଳିଆ ଅଂଚଳରେ ରହୁଥିବା ଲୋକେ ।

ମହାନଦୀ ମୁହାଣର ଏଭଳି ଅବସ୍ଥା ଦେଖିବା ପରେ ଗୋଟିଏ କଥା କୁହାଯାଇପାରେ, ଶୁଖିଯିବ କି ମହାନଦୀ ?