କନକ ବ୍ୟୁରୋ :  ବିଶ୍ଵର କେଉଁ ନା କେଉଁ ଅଞ୍ଚଳରେ ଦିନକୁ ଦିନ ଗୋଟିଏ ଗୋଟିଏ ମାତୃଭାଷା ସତ୍ତା ହରାଉଛି । ଲୋକ ଅଛନ୍ତି, କିନ୍ତୁ ମାତୃଭାଷା ବ୍ୟବହାର ହେଉନାହିଁ । ଭାରତରେ ପ୍ରାୟ ୨୦୦ ଭାଷା ମରଣମୁଖୀ । ଏହାରି ଭିତରେ ଓଡ଼ିଆ ଭାଷାର ସ୍ଥିତି ନେଇ ପ୍ରଶ୍ନ ଉଠିଛି । ଯୁବପିଢ଼ି ପାଶ୍ଚାତ୍ୟ ପ୍ରଭାବରେ ଅନେକ ସ୍ଥାନରେ ନିଜ ମାତୃଭାଷା କହିବା ପାଇଁ କୁଣ୍ଠାବୋଧ କରୁଛନ୍ତି । ଏହାଦ୍ବାରା ଭାଷା ଓ ଭାଷା ସହ ଜଡ଼ିତ ସଂସ୍କୃତି ଏବଂ ପରମ୍ପରା ମଧ୍ୟ ମଳିନ ପଡ଼ିଯାଉଛି ।  

Advertisment

ଶାସ୍ତ୍ରୀୟ ମାନ୍ୟତା ସତ୍ତ୍ବେ ଓଡ଼ିଆ ଭାଷା ଏବେ ଯାଏ ସରକାରୀ ସ୍ତରରେ ବ୍ୟବହାର ହେଲାନାହିଁ । ଓଡ଼ିଆ ବଦଳରେ ପର ତିଅଣ ସୁଆଦ ଭଳି ବିଭିନ୍ନ ସଙ୍କର ଜାତୀୟ ଭାଷା  ବ୍ୟବହାର ହେଉଛି । ବିଚ୍ଛିନ୍ନାଞ୍ଚଳରେ ତେଲୁଗୁ ଓ ବଙ୍ଗାଳୀ ଭଳି ଭାଷା ପ୍ରଭାବ ବିସ୍ତାର କରିସାରିଛନ୍ତି ।

ଓଡ଼ିଆ ଶିକ୍ଷକ ନାହାନ୍ତି, ଓଡ଼ିଆ ପାଠ୍ୟ ପୁସ୍ତକ ମିଳୁନାହିଁ। ତେବେ ଭାଷା ସୁରକ୍ଷା ଆଇନ ପ୍ରସ୍ତୁତ ହୋଇଛି ।  କିନ୍ତୁ ସରକାରୀ ସ୍ତରରେ ପଦକ୍ଷେପ ଶୂନ । ତେଣୁ  ମାତୃଭାଷା ପାଇଁ ନୂଆପିଢ଼ିଙ୍କର ଗୁରୁଦାୟିତ୍ୱ ରହୁଛି ।  ଅନେକ ଲୁପ୍ତପ୍ରାୟ ଭାଷାର ପୁନରୁଦ୍ଧାର ମଧ୍ୟ ହୋଇଛି । ପ୍ରାଚୀନ ହିବ୍ରୁ ଭାଷା ୧୫ ଶହ ବର୍ଷରୁ ଅଧିକ କାଳ ଦରମଲା ରହିବା ପରେ ପାଉଁଶ ତଳୁ ଉଠିଛି । କିନ୍ତୁ ଓଡ଼ିଆ ଭାଷାର ସେମିତି ଅବସ୍ଥା ହୋଇନାହିଁ, କେବଳ  କିଛି ତ୍ରୁଟି ଓ ସମସ୍ୟା ସୁଧାରିବାକୁ  ପଡ଼ିବ ।