ଶିଶୁ ବିକ୍ରି ଅଭିଯୋଗ ; ଜନ୍ମ ଦେଇ ନିଜ ଛୁଆକୁ ପର କଲା ମା

ଗରିବିର କରୁଣ ଚିତ୍ର, ପୋଷି ନପାରି ଅନ୍ୟକୁ ଟେକି ଦେଲେ ନବଜାତ ଶିଶୁ କନ୍ୟା । ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ସାନଗୁର୍ଜିଭଟା ଗାଁର ପାଲିପଡ଼ାରେ ।

THUMBNAIL 091

କନକ ବ୍ୟୁରୋ : ଗରିବିର କରୁଣ ଚିତ୍ର, ପୋଷି ନପାରି ଅନ୍ୟକୁ ଟେକି ଦେଲେ ନବଜାତ ଶିଶୁ କନ୍ୟା । ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ସାନଗୁର୍ଜିଭଟା ଗାଁର ପାଲିପଡ଼ାରେ । ସାନଗୁର୍ଜିଭଟା ପାଲିପଡ଼ାର ଅମୃତ ନାଗ ଓ ଅରୁଣାବତୀ ନାଗଙ୍କ ପୂର୍ବରୁ ୫ ଟି ପୁଅଝିଅ ଥିଲେ । ଗତ ୨ତାରିଖରେ ଅରୁଣାବତୀ ସୁନାମୁଦୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏକ ଶିଶୁକନ୍ୟା ଜନ୍ମଦେଇଥିଲେ । ତାପରଦିନ ଆଶା କର୍ମୀ ଆସି ଦେଖିଲା ବେଳକୁ ଶିଶୁକନ୍ୟା ନଥିବାରୁ ପଚାରିବାରୁ ଗରିବି ପାଇଁ ତାଙ୍କ ନିଃସନ୍ତାନ ସମ୍ପର୍କୀୟଙ୍କୁ ଶିଶୁକୁ ଟେକିଦେଇଥିବା କହିଥିଲେ ଅରୁଣାବତୀ । 

ଆଶାକର୍ମୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ବେଳେ ଅଞ୍ଚଳରେ ଶିଶୁକନ୍ୟାକୁ ବିକ୍ରି କରିଦେଇଥିବା ଚର୍ଚ୍ଚା ଜୋର ଧରିଥିଲା । ଆଜି ଶିଶୁସୁରକ୍ଷା ଅଧିକାରୀ ଓ ପୋଲିସ ଗାଁରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ତିନିଦିନ ମଧ୍ୟରେ ଶିଶୁକନ୍ୟାକୁ ପ୍ରଶାସନକୁ ହସ୍ତାନ୍ତର କରିବେ ବୋଲି ଶିଶୁସୁରକ୍ଷା ଅଧିକାରୀ ଙ୍କୁ ଲିଖିତ ପ୍ରତିଶୃତି ଦେଇଛନ୍ତି ମା ଅରୁଣାବତୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe