କନକ ବ୍ୟୁରୋ : ବର୍ଷା ଆସିଲେ ମଶାଙ୍କ ପ୍ରାଦୁର୍ଭାବ ବଢେ । ସବୁଆଡ଼େ କାଦୁଅ, ପାଣି ଜମିବା ସହ ପୂରା ପରିବେଶ ଦୂଷିତ ହୋଇଥାଏ । ଯେଉଁଥିପାଇଁ ବର୍ଷା ଋତୁରେ ଲୋକ ଅଧିକ ମାତ୍ରାରେ ଡେଙ୍ଗୁ, ମ୍ୟାଲେରିଆରେ ଆକ୍ରାନ୍ତ ହୁଅନ୍ତି, କିନ୍ତୁ ଏହି ମଶାଙ୍କ ଉପରେ ଏବେ ଲଗାମ ଲାଗିବ । ମଶାଙ୍କ ସଂଖ୍ୟା କେତେ, ପ୍ରଜାତି ସାଙ୍ଗକୁ କେଉଁ କେଉଁ ସ୍ଥାନରେ ଅଧିକ ସଂଖ୍ୟାରେ ଅଛନ୍ତି ସେନେଇ ନଜର ରଖିବ ଏଆଇ । ଆନ୍ଧ୍ରପ୍ରଦେଶ ସରକାର ଏଥିପାଇଁ ସ୍ମାର୍ଟ ମସକ୍ୟୁଟୋ ସର୍ଭେଲାନ୍ସ ସିଷ୍ଟମ ବା ଏସଏମଓଏସଏସ୍ ନାମକ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଯୋଜନା ରାଜ୍ୟର ୬ଟି ସହରରେ ଲାଗୁ ହେବ । ଏଆଇ ଚାଳିତ ସେନ୍ସର ଏବଂ ଡ୍ରୋନ ମାଧ୍ୟମରେ ମଶା ଅଧିକ ହେଉଥିବା ସ୍ଥାନ ଓ ସଂଖ୍ୟା ଉପରେ ନଜର ରଖାଯିବ । ସୋମବାର ନଗର ପ୍ରଶାସନ ଓ ସହରୀ ବିକାଶ ବିଭାଗ ତରଫରୁ ଏଭଳି କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ ହେବା ନେଇ ଟିଡିପିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ମଶାଙ୍କୁ ଜଗିବ ଏଆଇ!
-ମଶାଙ୍କ ଉପରେ ନଜର ରଖିବ ଏଆଇ
-କେଉଁ ସ୍ଥାନରେ ବଢୁଛି ସଂଖ୍ୟା ତଥ୍ୟ ଦେବ
-ମଶାଙ୍କ ପାଇଁ ଆନ୍ଧ୍ର ସରକାରଙ୍କ ନୂଆ ଯୋଜନା
- ସ୍ମାର୍ଟ ମସକ୍ୟୁଟୋ ସର୍ଭେଲାନ୍ସ ସିଷ୍ଟମ ରଖିବ ନଜର
-୬ଟି ସହରରେ ଆରମ୍ଭ ହେବ ପାଇଲଟ୍ ପ୍ରୋଜେକ୍ଟ
-ବିଶାଖାପାଟଣାର ୧୬, ବିଜୟୱାଡ଼ାର ୨୮ ସ୍ଥାନରେ ପ୍ରୋଜେକ୍ଟ ହେବ
-କାକିନାଡ଼ାର ୪, କୁର୍ନୁଲର ୬, ନେଲୋରର ୭ ଓ ରାଜମହେନ୍ଦ୍ରଭରମର ୫ଟି ସ୍ଥାନରେ କାର୍ଯ୍ୟକାରୀ ହେବ
-ଇଣ୍ଟରନେଟ ଅଫ୍ ଥିଙ୍ଗସ୍ (ଆଇଓଟି) ସେନ୍ସର ଜଳୀୟବାଷ୍ପ, ତାପମାତ୍ରା ସାଙ୍ଗକୁ ମଶାଙ୍କ ଅବସ୍ଥିତି ନେଇ ତଥ୍ୟ ଦେବ
-ଡ୍ରୋନ ଜରିଆରେ ମଶାଙ୍କୁ ଦମନ ପାଇଁ ଔଷଧ ସିଞ୍ଚନ କରାଯିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/08/ai-2025-07-08-08-03-18.jpg)