ଜନ୍ତାରେ ପଡିଲା କାମୁଡା ମାଙ୍କଡ । ୪ଜଣଙ୍କୁ କରିଥିଲା ଗୁରୁତର

Advertisment

ଜନ୍ତାରେ ପଡ଼ିଲା ଆତଙ୍କ ଖେଳାଇଥିବା ହନୁମାଙ୍କଡ଼ । ଦୀର୍ଘ ଦୁଇ ସପ୍ତାହ ଧରି ଗୋପ ବ୍ଲକ ଅନ୍ତର୍ଗତ ପୟରା ଗାଁରେ ମାଙ୍କଡ଼ଟି ଅତଙ୍କ ଖେଳାଇଥିଲା ।

Updated On

ଜନ୍ତାରେ ପଡ଼ିଲା ଆତଙ୍କ ଖେଳାଇଥିବା ହନୁମାଙ୍କଡ଼ । ଦୀର୍ଘ ଦୁଇ ସପ୍ତାହ ଧରି ଗୋପ ବ୍ଲକ ଅନ୍ତର୍ଗତ ପୟରା ଗାଁରେ ମାଙ୍କଡ଼ଟି ଅତଙ୍କ ଖେଳାଇଥିଲା ।

ଅଦ୍ୟତନ ହୋଇଛି
Hanu

କନକ ବ୍ୟୁରୋ : ଜନ୍ତାରେ ପଡ଼ିଲା ଆତଙ୍କ ଖେଳାଇଥିବା ହନୁମାଙ୍କଡ଼ । ଦୀର୍ଘ ଦୁଇ ସପ୍ତାହ ଧରି ଗୋପ ବ୍ଲକ ଅନ୍ତର୍ଗତ ପୟରା ଗାଁରେ ମାଙ୍କଡ଼ଟି ଅତଙ୍କ ଖେଳାଇଥିଲା । ୪ ଜଣଙ୍କୁ କାମୁଡି ଗୁରୁତର ଆହତ କରିଥିଲା । ଏପରିକି ସ୍କୁଲରେ ପଶିବା କାରଣରୁ ୨ ଦିନ ପାଇଁ ସ୍କୁଲ ବନ୍ଦ ରହିଥିଲା । କିଛି ଦିନ ଧରି ପୟରା ଗାଁରେ ମାଙ୍କଡ଼କୁ ନେଇ ଭୟର ବାତାବରଣ ଲାଗିରହିଥିଲା ।  

ଗ୍ରାମବାସୀ ବାରମ୍ବାର ବନ ବିଭାଗକୁ ଖବର ଦେଲେ ମଧ୍ୟ ବନ ବିଭାଗ ଶୁଣି ନଥିଲା । ଯେତେବେଳେ ମାଙ୍କଡ଼ କାମୁଡିବା ପରେ ୪ ଜଣ ଡାକ୍ତରଖାନାରେ ଭର୍ତ୍ତି ହେଲେ ଓ ଭୁବନେଶ୍ଵର ୬ ନମ୍ବରକୁ ଅଧିକ ଚିକିତ୍ସା ଲାଗି ଗଲେ ସେତେବେଳେ ବନବିଭାଗର ଚେତା ପଶିଥିଲା ।‌ ଆଜି ସକାଳୁ ଗୋପ ବନବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ହନୁମାଙ୍କଡ଼ଟି ଜନ୍ତାରେ ପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe