ଢୋଲ ଭିତରେ ମୂଷା କିଏ? ଅପରାଧୀଙ୍କୁ ଜେଲ୍‌ରୁ ଖସାଇବାରେ କାହାର ରହିଛି ଭୂମିକା?

Advertisment

ଚୌଦ୍ବାର ଜେଲର ସେଲ କାଟି ବିହାରୀ ଅପରାଧୀ ଫେରାର ହେଉ, କିମ୍ବା ଅନୁଗୁଳରେ ମାଟି ଖୋଳି ନାବାଳକ ଫେରାର ଘଟଣା । ପଚିଷ ବର୍ଷର ରିପୋର୍ଟ ଦେଖାଇ, ଜେଲ ବିଭାଗର ଗୁମର ଖୋଲି ଦେଇଛନ୍ତି ।

ଚୌଦ୍ବାର ଜେଲର ସେଲ କାଟି ବିହାରୀ ଅପରାଧୀ ଫେରାର ହେଉ, କିମ୍ବା ଅନୁଗୁଳରେ ମାଟି ଖୋଳି ନାବାଳକ ଫେରାର ଘଟଣା । ପଚିଷ ବର୍ଷର ରିପୋର୍ଟ ଦେଖାଇ, ଜେଲ ବିଭାଗର ଗୁମର ଖୋଲି ଦେଇଛନ୍ତି ।

manan - 2026-02-19T211251.906

odisha Photograph: (kanak news)

କନକ ବ୍ୟୁରୋ: ଜେଲରୁ କଏଦୀ ଫେରାର ହେଉ କି ମହିଳା କଏଦୀଙ୍କ ସୁନା ଚୋରି ଘଟଣା । ଏସବୁ ଘଟଣା ଜେଲ୍‌ର ପୋଲ୍ ଖୋଲିଦେଇଛି ।  ଏଠି ଉଠୁଛି ପ୍ରଶ୍ନ, ରାଜ୍ୟରେ କେତେ ସୁରକ୍ଷିତ ଜେଲ୍? ଜେଲ୍‌ରୁ କଏଦୀଙ୍କୁ ଖସାଇବା ପଛରେ କାହାର ରହିଛି ଭୂମିକା?

ଆହୁରି ପଢ଼ନ୍ତୁ: କୋମଳ କାନ୍ଧରେ ପରିବାର ବୋଝ 

ହତ୍ୟାକାଣ୍ଡ, ଦୁଷ୍କର୍ମ, ଡକାୟତି ଓ ଚୋରି ଭଳି ବଡ ଅପରାଧ ଘଟାଇ ଜେଲ ଯାଇଥିବା ବହୁ କଏଦୀ ଏବେ ବାହାରେ ବୁଲୁଛନ୍ତି । ପୁଲିସ ସେମାନଙ୍କୁ ବାନ୍ଧି ଜେଲ ପଠାଇବା ପରେ ବି ଜେଲ ବିଭାଗର ଖାମଖିଆଲ ନୀତି ଯୋଗୁଁ ବର୍ଷ ବର୍ଷ ଧରି ଏମିତି ଚାଲିଛି । ଚୌଦ୍ବାର ଜେଲର ସେଲ କାଟି ବିହାରୀ ଅପରାଧୀ ଫେରାର ହେଉ, କିମ୍ବା ଅନୁଗୁଳରେ ମାଟି ଖୋଳି ନାବାଳକ ଫେରାର ଘଟଣା । ପଚିଷ ବର୍ଷର ରିପୋର୍ଟ ଦେଖାଇ, ଜେଲ ବିଭାଗର ଗୁମର ଖୋଲି ଦେଇଛନ୍ତି ।

ଜେଲ୍ ବିଭାଗର ସତ

- ୧୧୭ ଜଣ ଜେଲ୍‌ରୁ ଫେରାର ରହିଥିବା ବେଳେ ମାତ୍ର ୭୫ଜଣ ଧରାପଡ଼ିଛନ୍ତି 
- ଜେଲ୍‌ ବାହାରେ ଏବେ ବୁଲୁଛନ୍ତି ୪୨ଜଣ କଏଦୀ 
- ସେମାନଙ୍କ ଭିତରୁ ୪ ଜଣଙ୍କୁ ମୃତ ଦର୍ଶାଯାଇଛି
ହେଲେ, ଜେଲ ସୁରକ୍ଷାକୁ ଅତି ଖାମଖିଆଲି ଭାବେ ଡିଜି କାହିଁକି ନେଉଛନ୍ତି ତାହା ଏବେ ପ୍ରଶ୍ନ ହୋଇ ଛିଡା ହୋଇଛି । 

ସେପଟେ ଚୌଦ୍ବାର ସୁପରିଟେଣ୍ଡେଣ୍ଟଙ୍କ କାରନାମା ଦାଣ୍ଡରେ ପଡି ହାଟରେ ଗଡୁଛି । ହେଲେ ଜେଲ ବିଭାଗ ତଦନ୍ତ ଚାଲିଛି କହି ଘଣ୍ଟ ଘୋଡାଇବାରେ ଲାଗି ପଡିଛି । ଜେଲ ଭିତରୁ ଜଣେ ମହିଳା କଏଦୀଙ୍କ ସୁନା ଚୋରୀ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ନଗଦ ଲକ୍ଷେ, ୯୦ ହଜାର ଟଙ୍କା ଦେଇ ଫସି ଯାଇଛନ୍ତି ସୁଜିତ ରାଉଳ । ରାତାରାତି ମାମଲା ରଫା ଦଫା କରି ଘଟଣାକୁ ଚାପି ଦେବାକୁ ବସିଛନ୍ତି । ହେଲେ ଜେଲ ସୁପରିଟେଣ୍ଡେଣ୍ଟ ଏତେ ଟଙ୍କା କେଉଁଠୁ ଆଣିଲେ, କିଏ ଅନୁମତି ଦେଲା ଓ ଏ ଟଙ୍କା କାହାର। ଏକଥା ପଚାରିବାରୁ ଜେଲ ଡିଜି ରାଗିକି ନିଆଁ । 

ଏଠାରେ ପ୍ରଶ୍ନ ଉଠୁଛି- 

ଜେଲ୍‌ର ଗଳାବାଟ ବାବଦରେ କେମିତି ଜାଣୁଛନ୍ତି କଏଦୀ ? 
କଡ଼ା ସୁରକ୍ଷାକୁ ଭେଦ କରି କେମିତି ଖସିଯାଉଛନ୍ତି ଅଭିଯୁକ୍ତ ? 
ଜେଲ୍‌ରୁ କଏଦୀଙ୍କୁ ଖସାଇବା ପଛରେ କିଏ ? କେବେ ସାମ୍ନାକୁ ଆସିବ ସତ। ଆଉ ଧରା ପଡିବ ଢୋଲ ଭିତରର ମୂଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe