ନିଯୁକ୍ତି ମେଳା କରି ଚାକିରି ବାଣ୍ଟିବ ମୋହନ ସରକାର । ୪ ମାସ ଭିତରେ ପୂରଣ ହେବ ଖାଲି ଥିବା ୯୨ହଜାର ସରକାରୀ ପଦବୀ

Advertisment

ରାଜ୍ୟ ସରକାର କରିବେ ନିଯୁକ୍ତି ମେଳା । ଆସନ୍ତାମାସରୁ ଏହା ଆରମ୍ଭ ହେବ। ଏହି ନିଯୁକ୍ତି ମେଳାରେ ୯୨ ହଜାର ଚାକିରି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ଯେଉଁ ସବୁ ବିଭାଗରେ ପଦବୀ ଖାଲି ପଡ଼ିଛି, ସେନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

ରାଜ୍ୟ ସରକାର କରିବେ ନିଯୁକ୍ତି ମେଳା । ଆସନ୍ତାମାସରୁ ଏହା ଆରମ୍ଭ ହେବ। ଏହି ନିଯୁକ୍ତି ମେଳାରେ ୯୨ ହଜାର ଚାକିରି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ଯେଉଁ ସବୁ ବିଭାଗରେ ପଦବୀ ଖାଲି ପଡ଼ିଛି, ସେନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

nijukti mela

କନକ ବ୍ୟୁରୋ: ରାଜ୍ୟ ସରକାର କରିବେ ନିଯୁକ୍ତି ମେଳା । ଆସନ୍ତାମାସରୁ ଏହା ଆରମ୍ଭ ହେବ। ଏହି ନିଯୁକ୍ତି ମେଳାରେ ୯୨ ହଜାର ଚାକିରି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ଯେଉଁ ସବୁ ବିଭାଗରେ ପଦବୀ ଖାଲି ପଡ଼ିଛି, ସେନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

  • ମିଳିବ ୯୨ ହଜାର ଚାକିରି
  • ସରକାର କରିବେ ନିଯୁକ୍ତି ମେଳା

ନିର୍ବାଚନ ପୂର୍ବରୁ ବିଜେପି ଦେଇଥିବା ତାର ପ୍ରତିଶ୍ରୁତି ପୂରଣ କରିବ। ଏଥିପାଇଁ ଆସନ୍ତା ମାସରେ ନିଯୁକ୍ତି ମେଳା କରିବାକୁ ଯାଉଛନ୍ତି ମୋହନ ସରକାର। ଯେଉଁଠି ନିଯୁକ୍ତି ପତ୍ର ବଣ୍ଟନ କରାଯିବ। ତେବେ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

  • ରାଜ୍ୟରେ ୩ ଲକ୍ଷ ୯୯ ହଜାର ୬୬୬ଟି ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି ରହିଛି
  • ଏଥିରୁ ୧ ଲକ୍ଷ ୩୨ ହଜାର ୪୫୯ଟି ପଦବୀ ପୂରଣ ପାଇଁ ସରକାରଙ୍କ ପ୍ରସ୍ତୁତି
  • ୯୨ ହଜାର ୨୦୩ ପଦବୀ ପୂରଣ ପାଇଁ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ
  • ବାକି ୪୦ ହଜାର ୨୬୫ ପଦବୀ ପାଇଁ ସେପ୍ଟେମ୍ବର ସୁଦ୍ଧା ଅନୁମୋଦନ ପ୍ରକ୍ରିୟା ସରିବ

ଆସନ୍ତମାସରୁ ସରକାର ନିଯୁକ୍ତି ମେଳା ମାଧ୍ୟମରେ ଚାକିରି ଦେବା ଆରମ୍ଭ କରିବେ।

  • ସେପ୍ଟେମ୍ବରରେ ନିଯୁକ୍ତି
  • ୧୮ ହଜାର ୭୮୮ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ
  • ଅନ୍ୟ ବର୍ଗକୁ ମିଶାଇ ୨୧ ହଜାର ୯୧୮ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ
  • ସେପ୍ଟେମ୍ୱରରୁ ଡିସେମ୍ୱର ୪ ମାସରେ ୪୬ଟି ନିଯୁକ୍ତି ମେଳା କରିବେ ସରକାର

ସବୁଠାରୁ ବଡ଼କଥା ହେଉଛି ଡିସେମ୍ବର ସୁଦ୍ଧା ସମସ୍ତ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ସେହିପରି ନିଯୁକ୍ତି ମେଳାରେ ନିଯୁକ୍ତି ପତ୍ର ବାଣ୍ଟିବାକୁ ରହିଛି ନିର୍ଦ୍ଦେଶ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe