କନକ ବ୍ୟୁାରା: ବର୍ଷା କ୍ଷୟକ୍ଷତି ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ-ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ନେଇ କରିବେ ଅନୁଧ୍ୟାନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ ଛତ୍ରପୁର, ନୟାଗଡ଼ର ରଣପୁର ଏବଂ ଗଜପତିର ଗୋଷାଣୀ ଅଞ୍ଚଳକୁ ଗସ୍ତ କରି ବର୍ଷା କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ସେହିପରି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କଟକ ଏବଂ ଜଗତସିଂହପୁର , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଓ ବାଲେଶ୍ୱର ଗସ୍ତ କରି ବର୍ଷା କ୍ଷୟକ୍ଷତିର ଅନୁଧ୍ୟାନ କରିବେ ।
ଅନ୍ୟପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଏବଂ ଯାଜପୁର ଗସ୍ତ କରିବାକୁ କାର୍ଯ୍ୟସୂଚୀ ରହିଥିବାବେଳେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବର୍ଷା କ୍ଷୟକ୍ଷତିର ଅନୁଧ୍ୟାନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2024/12/28/ysNAc32mst5NKhixwfZk.jpg)