କନକ ବ୍ୟୁରୋ: ଆସିଲା ରାଜ୍ୟ ବଜେଟ୍। ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨ଘଣ୍ଟା ୪୩ ମିନିଟର ବଜେଟ ଭାଷଣ ପଢିAଛନ୍ତି ମୋହନ ମାଝୀ । ଚଳିତ ଥର ମୋଟ୍ ବଜେଟ୍‌ ପରିମାଣ ୨ଲକ୍ଷ ୯୦ହଜାର କୋଟି ରହିଛି । ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଓଡ଼ିଆ ଅସ୍ମିତା କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଏଥର କୃଷି ପାଇଁ ବଜେଟ୍‌ରେ ୩୭ ହଜାର ୮୦୦ କୋଟି ବ୍ୟୟ ଅଟକଳ ହୋଇଛି। ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ । ବିଧାୟକ କଲ୍ୟାଣ ପାଣ୍ଠି ୩ କୋଟିରୁ ୫ କୋଟିକୁ ବଢାଯାଇଛି । 

Advertisment

କଣ ରହିଛି ବଜେଟରେ
୧୪ ହଜାର ୮୬୧ କୋଟି ଟଙ୍କାର କୃଷି ବଜେଟ୍‌
ସମୃଦ୍ଧ କୃଷକ ଯୋଜନା ପାଇଁ ୬ ହଜାର କୋଟି ଟଙ୍କା
ସିଏମ୍ କିଷାନ ଯୋଜନାର ୨ ହଜାର ୨୦ କୋଟି
ଜଳସେଚନ ପାଇଁ ବ୍ୟୟବରାଦ ୧୪ ହଜାର ୮୯୫ କୋଟି 
ହୀରାକୁଦ କେନାଲ ନବୀକରଣ ପାଇଁ ଖର୍ଚ୍ଚ ୮୫୦ କୋଟି
ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି
ମଧ୍ୟାହ୍ନ ଭୋଜନ ପରିସରଭୁକ୍ତ ହେବେ ନବମ ଓ ଦଶମ ଶ୍ରେଣୀ ପିଲା
ରୋଷେୟା ଓ ସହାୟିକାଙ୍କ ମାସିକ ପାରିତୋଷିକ ରାଶି ବୃଦ୍ଧି ନିଷ୍ପତି
ମୋ ସ୍କୁଲ ଢାଞ୍ଚାରେ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ
ମଧ୍ୟାହ୍ମ ଭୋଜନ ହଲ୍‌, ରୋଷେଇ ଘର ରହିବ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ୫ ଲକ୍ଷ ଘର ନିର୍ମାଣ ଲକ୍ଷ୍ୟ
ଏଥିପାଇଁ ବଜେଟ୍‌ରେ ୪ ହଜାର ୫୦୦ କୋଟି ଟଙ୍କାର ବ୍ୟୟବରାଦ
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା
ଗରିବ ଝିଅଙ୍କ ସାମୁହିକ ବିବାହ ଆୟୋଜନ କରାଯିବ
ଏଥିପାଇଁ ବଜେଟ୍‌ରେ ୧୨ କୋଟି ଟଙ୍କା ବ୍ୟୟବରାଦ
ବାଲ୍ୟ ବିବାହ ବନ୍ଦ ପାଇଁ ଆଦ୍ଵିକା ନାଁରେ ନୂଆ ଯୋଜନା 
ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି 
ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି 
ଅଙ୍ଗନୱାଡି ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ
ନବମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ସାଇକେଲ
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି 
ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି 
ସମୃଦ୍ଧ ସହର ପାଇଁ ୪୦୮ କୋଟି 
ବିଧାୟକ ପାଣ୍ଠି ୩ କୋଟିରୁ ୫ କୋଟି