କନକ ବ୍ୟୁରୋ: ଡଙ୍ଗା ଚଳାଇ ଗାଁକୁ ଗଲେ ବିଧାୟକ। ନିର୍ବାଚନ ପରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ନିଜ ଗାଁ ଗଜିଆଗୁଡାକୁ ଡଙ୍ଗାରେ ଯାଇଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ନିଜେ ଡଙ୍ଗା ଚଲେଇ ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଂଚାୟତର ଗଜିଆଗୁଡା ଗାଁ କୁ ଗସ୍ତ କରିଛନ୍ତି। ଯାହାକୁ ନେଇ ବେଶ ଉତ୍ସାହ ସହ ଅପେକ୍ଷା କରିଥିଲେ ଗ୍ରାମବାସୀ। ଗାଁକୁ ଯାତାୟତ ପାଇଁ ବ୍ରିଜ ନିର୍ମାଣ କାମ ସରିନଥିବାରୁ ବିଧାୟକ ଡଙ୍ଗାରେ ଯାଇଛନ୍ତି। ନିର୍ବାଚନ ପୂର୍ବରୁ ବିଧାୟକ ପ୍ରତିଶୃତି ଦେଇଥିଲେ ଯେ, ଜିତିବା ପରେ ବ୍ରିଜ ନିର୍ମାଣ କାମ କେମିତି ଶେଷ ହେବ ତା ଉପରେ ଗୁରୁତ୍ବ ଦେବେ। ଏବେ ବିଧାୟକ ଗାଁକୁ ଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।
ଡଙ୍ଗା ଚଲେଇ ଅପହଞ୍ଚ ଗାଁକୁ ଗଲେ ବିଧାୟକ: ମାଲକାନଗିରି ଚିତ୍ରକୋଣ୍ଡା ଗଜିଆଗୁଡ଼ା ଗାଁକୁ ଗଲେ ବିଧାୟକ ମଙ୍ଗୁ ଖିଲ
ଡଙ୍ଗା ଚଳାଇ ଗାଁକୁ ଗଲେ ବିଧାୟକ। ନିର୍ବାଚନ ପରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ନିଜ ଗାଁ ଗଜିଆଗୁଡାକୁ ଡଙ୍ଗାରେ ଯାଇଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ନିଜେ ଡଙ୍ଗା ଚଲେଇ ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଂଚାୟତର ଗଜିଆଗୁଡା ଗାଁ କୁ ଗସ୍ତ କରିଛନ୍ତି।
/kanak/media/media_files/NbvNrvL55iaTVfFfhR8P.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)