କନକ ବ୍ୟୁରୋ : ରାତିରେ ବାତ୍ୟା ଆଶ୍ରୟସ୍ଥଳୀ ବୁଲିଲେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା । ଅସ୍ତରଙ୍ଗ ବ୍ଲକର ଶିଶୁଅ ପଂଚାୟତରେ ଥିବା ବିଭିନ୍ନ ଆଶ୍ରୟସ୍ଥଳୀର ଦୟନୀୟ ଅବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ । କେଉଟଜାଙ୍ଗା, ତଣ୍ଡାହର ଆଶ୍ରୟସ୍ଥଳି ପୁରା ଅନ୍ଧାର। ଆଶ୍ରୟସ୍ଥଳୀରେ ବିଦ୍ୟୁତ ବ୍ୟବସ୍ଥା ନଥିବରୁ ଲୋକମାନେ ସମସ୍ୟା ଘେରରେ ରହିଛନ୍ତି ।
ସେପଟେ ବାଲେଶ୍ବର ବାଲିଆପାଳ ବ୍ଲକର ବିଭିନ୍ନ ଆଶ୍ରୟସ୍ଥଳୀରେ ଲୋକମାନେ ଆଶ୍ରୟ ନେଇଛନ୍ତି । ପାଖାପାଖି ଏକ ହଜାରରୁ ଅଧିକ ଲୋକ ବିଭିନ୍ନ ଆଶ୍ରୟସ୍ଥଳୀରେ ରହିଛନ୍ତି । ବାଲିଆପାଳ ବ୍ଲକରେ ୯୦ଟି ଆଶ୍ରୟସ୍ଥଳୀରେ ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି । ବାଲିଆପାଳ ଅଞ୍ଚଳରେ ଧିରେ ଧିରେ ପବନ ସହିତ ବର୍ଷାର ପରିମାଣ ବଢୁଥିବା ବେଳେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର କୂଳିଆ ଲୋକେ ଭୟଭୀତ ଅଛନ୍ତି । ପରିବାର ସହ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀ ମୁହାଁ ହେଉଛନ୍ତି । ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)