ବର୍ଷା ପରେ ବଢ଼ିଲା ଦୁର୍ଦ୍ଦଶା, ଶୁଖିଲା ଖାଦ୍ୟ ଖାଇ ବିତୁଛି ଲୋକଙ୍କ ଜୀବନ ।

Advertisment

ଲଗାଣ ବର୍ଷାରେ ବେହାଲ ସ୍ଥିତି । ଜଳବନ୍ଦୀରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଡ଼ା ଗାଁ। ଲୋକଙ୍କ ଘର ଭିତରେ ଲହଡ଼ି ମାରୁଛି ଆଣ୍ଠୁଏ ପାଣି। ଜଳବନ୍ଦୀ ହୋଇ ଦିନ କାଟୁଛନ୍ତି ଗ୍ରାମବାସୀ। ଜଳ ଘେରରେ ଜୀବନ ବିତାଉଛନ୍ତି ୧୦ ପରିବାର

ଲଗାଣ ବର୍ଷାରେ ବେହାଲ ସ୍ଥିତି । ଜଳବନ୍ଦୀରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଡ଼ା ଗାଁ। ଲୋକଙ୍କ ଘର ଭିତରେ ଲହଡ଼ି ମାରୁଛି ଆଣ୍ଠୁଏ ପାଣି। ଜଳବନ୍ଦୀ ହୋଇ ଦିନ କାଟୁଛନ୍ତି ଗ୍ରାମବାସୀ। ଜଳ ଘେରରେ ଜୀବନ ବିତାଉଛନ୍ତି ୧୦ ପରିବାର

663

କନକବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ସ୍ଥିତି । ଜଳବନ୍ଦୀରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଡ଼ା ଗାଁ। ଲୋକଙ୍କ ଘର ଭିତରେ ଲହଡ଼ି ମାରୁଛି ଆଣ୍ଠୁଏ ପାଣି। ଜଳବନ୍ଦୀ ହୋଇ ଦିନ କାଟୁଛନ୍ତି ଗ୍ରାମବାସୀ। ଜଳ ଘେରରେ ଜୀବନ ବିତାଉଛନ୍ତି ୧୦ ପରିବାର ।

ଗତ ତିନି ଦିନ ଲଘୁଚାପ ଜନିତ ଲଗାଣ ବର୍ଷା ପାଣିରେ ବେହାଲ ହୋଇଛି ଉଲୁଡ଼ା ଗ୍ରାମ। ଜଳ ନିଷ୍କାସନ ପଥ ପରିଷ୍କାର ନ ଥିବାରୁ ଘର ଭିତରେ ଲହଡ଼ି ମାରୁଛି ପାଣି। ଏହା ସହ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଛି। ଅନ୍ଧାର ଓ ଜଳବନ୍ଦୀ ହୋଇ ଜୀବନକୁ ବାଜି ଲଗାଇ ରହୁଛନ୍ତି ଲୋକ।

ଘରେ ପାଣି ପଶିଥିବାରୁ ଚୁଲି ଜଳୁନି। ଲୋକେ ଶୁଖିଲା ଖାଦ୍ୟ ଖାଇ ଜୀବନ କାଟୁଛନ୍ତି। ଘରେ ପାଣି ଜମି ରହି ଥିବା ଲୋକେ ସୁରକ୍ଷା ପାଇଁ ଘର ଛାଡି ବାହାରେ ରହୁଛନ୍ତି। ସେପଟେ ବର୍ଷାରେ ବେହାଲ ସୋର ସହର। ରାତିରେ ଲୋକଙ୍କ ଘରେ ପଶିଲା ପାଣି , ସୋରରେ ଡ୍ରେନେଜ ସମସ୍ୟା ପଛ ଛାଡ଼ୁନି। ଚଳିତ ବର୍ଷ ବନ୍ୟା ହୋଇନଥିଲେ ମଧ୍ୟ ସୋରବାସୀ କୃତିମ ବନ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ରାତିରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ସହରର ପ୍ରମୁଖ ସ୍ଥାନ ତଥା ଅନେକ ସାହିର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚାର ପାଣି ଚାଲୁଛି। ଘୋଡ଼ାସାହି ଗାଁର ଲୋକଙ୍କ ଘରେ ପାଣି ପଶିଯାଇଛି। ଲୋକେ ରୋଷେଇ କରି ନପାରି ଭୋକରେ ରହିବା ସହିତ ଶୋଇବା ଘର ପାଣି ଠିଆ ହୋଇଥିବାରୁ ଶୋଇପାରି ନଥିବା କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe