କନକ ବ୍ୟୁରୋ: ରାଉରକେଲାରେ ଛୁରା ମାଡ। ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହ ଘଟଣା । ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ଆରଜିଏଚ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କେଉଁ କାରଣକୁ ନେଇ କିଏ ଛୁରାମାଡ କଲା ତାହା ମଧ୍ୟ ଜଣାପଡିନାହିଁ । ଅନ୍ୟପଟେ ଖବର ପାଇଁ ରାଉରକେଲା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ରାଉରକେଲା ଅଶାନ୍ତ: ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଦୁଇଜଣଙ୍କୁ ଛୁରାମାଡ କରି ଦୁର୍ବୃତ୍ତ ଫେରାର, ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ରାଉରକେଲାରେ ଛୁରା ମାଡ। ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏହ ଘଟଣା । ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ଆରଜିଏଚ ମେଡିକାଲରେ ଭର୍ତ୍ତି କରାଯାଇଛି ।
/kanak/media/media_files/vE28AwqlVX8JLQkGRrBK.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)