କନକ ବ୍ୟୁରୋ : ଚୋର ଧରିଲେ ୧୦ ହଜାର ଟଙ୍କାର ପୁରସ୍କାର। ଚୋର ସମ୍ପର୍କରେ ସୁଚନା ଦେଲେ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ସମ୍ବଲପୁରର ଜଣେ ସୁନା ଦୋକାନୀ । ଯାହା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ କରିଛି। ସୁନା ଦୋକନୀ ଫେସବୁକରେ ଚୋରର ସିସିଟିଭି ଫୁଟେଜ, ଫଟୋ ସହ ପୋଷ୍ଟ କରିଛନ୍ତି । ସୂଚନା ଅନୁସାରେ ସମ୍ବଲପୁର ପାୟଲ ଜୁଏଲାରୀକୁ  ସୁନା କିଣିବାକୁ ଯାଇ ଜଣେ ଯୁବକ ଅଳଙ୍କାର ଚୋରି କରି ଫେରାର ହୋଇଯାଇଛି। ଚୋରି ସମୟର ସମସ୍ତ ଭିଡିଓ ସିସିଟିଭିରେ କଏଦ ହୋଇଥିବାବେଳେ ଫଟୋ ମଧ୍ୟ ସ୍ବଷ୍ଟ ଜଣାପଡୁଛି । ଫଳରେ ଚୋରର ପରିଚୟ ଦେଲେ ୧୦ ହଜାର ଟଂକା ପୁରସ୍କାର ଦେବେ ବୋଲି ଦୋକାନୀ ସ୍ବଷ୍ଟ କରିବା ସହ ପୋଲିସର କାମକୁ ହାଲକା କହିଛନ୍ତି ।