ଯୁବକଙ୍କୁ ବ୍ଲେଡରେ ଆକ୍ରମଣ କଲେ, ବାଇକ ଜାଳିଦେଲେ

ନୟାଗଡ଼ରେ ଯୁବକଙ୍କୁ ଆକ୍ରମଣ କରି ବାଇକ ଜାଳିଦେଲେ ଦୁର୍ବୃତ୍ତ ।  ବୋଲେରୋରେ ଆସି ବ୍ଲେଡ୍‌ରେ କଲେ ଆକ୍ରମଣ ।  ଦଶପଲ୍ଲା ଥାନାରେ ଅଭିଯୋଗ ।

youth Attacked

youth Attacked Photograph: (KanakNews)

କନକ ବ୍ୟୁରୋ: ନୟାଗଡ଼ରେ ଯୁବକଙ୍କୁ ଆକ୍ରମଣ କରି ବାଇକ ଜାଳିଦେଲେ ଦୁର୍ବୃତ୍ତ । ବୋଲେରୋରେ କିଛି ଦୁର୍ବୃତ୍ତ ଆସି ଦଶପଲ୍ଲା ସାକେଣି ନିକଟରେ ଯୁବକଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଘଟଣା ସ୍ଥଳରେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଛି । ଯୁବକଙ୍କୁ ବ୍ଲେଡରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୩ଜଣ ଯୁବକ ବାଇକରେ ଯାଉଥିବା ବେଳେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଅଟକାଇଥିଲେ ଦୁର୍ବୃତ୍ତ । ୨ ଜଣ ଯୁବକ ଖସି ପଳାଇଥିଲେ । ଅନ୍ୟଜଣଙ୍କୁ ସେମାନେ ଆକ୍ରମଣ କରିଥିଲେ । ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ଆଜି ଭୋର ସମୟରେ ଏହି ଘଟଣା ଘଟିଛି । ତେବେ ଯୁବକଙ୍କୁ କାହିଁକି ଆକ୍ରମଣ କଲେ ଦୁର୍ବୃତ୍ତ ତାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ଛାନଭିନ୍ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe