କନକ ବ୍ୟୁରୋ: ଧାନ ବିକ୍ରି ବେଳେ କଟନୀ ଛଟନୀ ହେଉଥିବା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଅଦିନିଆ ବର୍ଷା ପାଇଁ ଧାନର ମାନ କମିଥିବାରୁ କିଛି ଜାଗାରେ ପ୍ରାୟ ତିନି କେଜି ଲେଖାଏଁ କଟନି ଛଟନି ହେଉଥିବା କହିଛନ୍ତି ମନ୍ତ୍ରୀ । ଅଳ୍ପ କାଟିଲେ ବି ୩୧୦୦ ଟଙ୍କା ପାଇବେ ଚାଷୀ । ବାହାରେ ବିକିଲେ ୨୧୦୦ ରୁ ୨୨୦୦ ଟଙ୍କା ମିଳିବ। ସେଥିପାଇଁ କିଛି କାଟିଲେ ବି ଚାଷୀ ଧାନ ବିକ୍ରି କରୁଛନ୍ତି । ରାଜ୍ୟ ସରକାର ପ୍ରାୟ ୩୦ ହଜାର ଟନ ଧାନ କିଣି ସାରିଲେଣି । ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Advertisment

ଚାଷୀଙ୍କ ସମସ୍ୟାକୁ ସରକାର ନଜରରେ ରଖିଛନ୍ତି । ଅଦିନିଆ ବର୍ଷା ପାଇଁ ମାନ କମିଥିବାରୁ କିଛି ଜାଗାରେ କଟନି ଛଟନି ହେଉଛି । ଯେଉଁଠି ଅଧିକାରୀ ଅବହେଳା କରିଛନ୍ତି କାର୍ୟ୍ୟନୁଷ୍ଠାନ ହେଉଛି । ଯଦି ମିଲରଙ୍କ ବିରୋଧରେ ଅଭିଯୋଗ ଆସେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ।