ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ ; କଟକରେ ସର୍ବାଧିକ ଭିକାରୀ

ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ , ରାଜ୍ୟରେ ଏବେ ପାଖାପାଖି ୫ହଜାରୁ ଅଧିକ ଭିକାରୀ ଅଛନ୍ତି ।ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

beggars

beggars Photograph: (kanakNews)

କନକ ବ୍ୟୁରୋ: ରାଜ୍ୟରେ ଭିକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ , ରାଜ୍ୟରେ ଏବେ ପାଖାପାଖି ୫ହଜାରୁ ଅଧିକ ଭିକାରୀ ଅଛନ୍ତି।  କଟକରେ ସର୍ବାଧିକ ୧୦୬୦ ଭିକାରୀ ଅଛନ୍ତି। ଏହାସହ ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ ରେ ୪୧୭ ଓ  ପୁରୀରେ ୩୫୦ ଭିକାରୀ ଅଛନ୍ତି ବୋଲି ତଥ୍ୟ  ରଖିଛନ୍ତି ମନ୍ତ୍ରୀ । 

ହେଲେ ରାଜ୍ୟକୁ ଭିକାରୀମୁକ୍ତ କରିବାକୁ ସରକାର ଚଳାଇଛନ୍ତି ଅଭିଯାନ। ରାଜ୍ୟକୁ ଭିକାରୀମୁକ୍ତ କରିବା ପାଇଁ ପ୍ରଥମ ପର୍ୟ୍ୟାୟରେ ପୁରୀଠାରେ ନୀଳାଦ୍ରି ନିଳୟ , ଭୁବନେଶ୍ୱରରେ ଏକାମ୍ର ନିଳୟ ଅଭିଯାନ ଜାରି ରହିଛି । ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe