ଭାଙ୍ଗିଲା ମନ୍ତ୍ରୀଙ୍କ ମୁହଁ ଫୁଟାଣି ; ଆଳୁ ପାଇଁ ମମତାଙ୍କ ସହ ମୂଲଚାଲ କରିବାକୁ ହେଲେଣି ପ୍ରସ୍ତୁତ

ପୁଣି ଚର୍ଚ୍ଚାରେ ଆଳୁ ପ୍ରସଙ୍ଗ  ।  ଭାଙ୍ଗିଲା ସରକାରଙ୍କ ଟାଣ ପଣ । ମମତାଙ୍କ ସହ ମୂଲଚାଲ ପାଇଁ ଯୋଗାଣ ମନ୍ତ୍ରୀଙ୍କ ପ୍ରସ୍ତୁତି । ବର୍ଷେ ତଳେ ମାରିଥିଲେ ମୁହଁ ଫୁଟାଣି । କହିଥିଲେ, ଆମେ ସ୍ବାବଲମ୍ବୀ  ହେବୁ, ନିଅଣ୍ଟ ପଡ଼ିଲେ ଦିଦି ନୁହେଁ ଯୋଗୀଙ୍କ ପାଖକୁ ଯିବୁ ।

43
କନକ ବ୍ୟୁରୋ: ଆଳୁ ସଙ୍କଟ ନେଇ ଧରାପଡିଛି ଯୋଗାଣ ମନ୍ତ୍ରୀଙ୍କ ମୁହଁ  ଫୁଟାଣି । ବର୍ଷେ ତଳେ କୃଷ୍ଣ ପାତ୍ର କହିଥିଲେ, ଆଳୁ ପାଇଁ ମମତା ବାନାର୍ଜୀଙ୍କୁ ଆଉ ହାତ ପତାଇବନି ଓଡ଼ିଶା। କିନ୍ତୁ ଏବେ ସେ ଏଥିରେ ୟୁ-ଟର୍ଣ୍ଣ ମାରିଛନ୍ତି । କହିଛନ୍ତି, ଏ ବାବଦରେ ସେ ମମତାଙ୍କୁ ଭେଟିବେ । ଏହା ମନ୍ତ୍ରୀଙ୍କ ମିଛକୁ ପଦାରେ ପକାଇଛି ।  
ଗତବର୍ଷ ସଂକଟ ସମୟରେ ଯେତେବେଳେ ପଶ୍ଚିମବଙ୍ଗ ଆଳୁ ବନ୍ଦ କରିଦେଲା, ଦମ୍ଭ ଦେଖାଉଥିଲେ ଯୋଗାଣମନ୍ତ୍ରୀ । ବାହାସ୍ଫୋଟ ମାରି କହୁଥିଲେ, ଆରବର୍ଷକୁ ଆଉ ଆଳୁ ପାଇଁ ମମତାଙ୍କୁ ହାତ ପତାଇବନି ଓଡ଼ିଶା। ହେଲେ ମାସ କେଇଟାରେ ବଦଳି ଯାଇଛି ସ୍ୱର। କହିଛନ୍ତି ରାଜ୍ୟରେ ଆଳୁ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ପଶ୍ଚିମବଙ୍ଗ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ। ଦେଖନ୍ତୁ ୭ ମାସରେ କେମିତି ସତ ସ୍ୱୀକାର କରିଛନ୍ତି ମନ୍ତ୍ରୀ। ଓଡ଼ିଶାର ଆଳୁ ଆବଶ୍ୟକତା ପାଇଁ କାହିଁକି ବାରମ୍ବାର ମମତାଙ୍କୁ ହାତ ପତାଇବାକୁ ପଡୁଛି ଏହି ହିସାବ ଉପରେ ନଜର ପକାନ୍ତୁ । 
ଏଥିପାଇଁ ପଶ୍ଚିମବଙ୍ଗ କିମ୍ବା ଉତ୍ତରପ୍ରଦେଶ ଉପରେ ନିର୍ଭର କରୁଛି ଓଡ଼ିଶା। ଏଥର ପଶ୍ଚିମବଙ୍ଗରେ ୮୦ ଲକ୍ଷ ମେଟ୍ରିକ ଟନ୍ ଓ ଉତ୍ତରପ୍ରଦେଶରେ ୧୩୦ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇଛି। ସ୍ୱାଭାବିକ ଭାବେ ପଡ଼ିଶା ହାତରେ ଓଡ଼ିଶା ଆଳୁର ଭାଗ୍ୟ ନିର୍ଭର କରୁଛି। ତେଣୁ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ।
ଆଳୁ ସଂକଟ ପାଇଁ ପୂର୍ବ ସରକାରଙ୍କ ବିଫଳ ଆଳୁ ମିସନକୁ ଦାୟି କରିଆସୁଥିଲେ ନୂଆ ସରକାର। ଏଥିସହ ସଂକଟ ସମୟରେ ଆଶ୍ୱାସନା ଦେଇଥିଲେ ଯେ, ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ରାଜ୍ୟ। ହେଲେ ବିଶେଷଜ୍ଞଙ୍କ ମତରେ, ଚାଷୀଙ୍କୁ ସହାୟତା ଓ କୋଲ୍ଡଷ୍ଟୋରେଜ ବୃଦ୍ଧି ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି, ତାହା ଆଗାମୀ ୫ ବର୍ଷରେ କେବଳ ୫୦ ପ୍ରତିଶତ ଆଳୁ ଆବଶ୍ୟକତାକୁ ପୂରଣ କରିପାରିବ। 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe