କନକ ବ୍ୟୁରୋ : ରାସନ୍ କାର୍ଡ ଇ-କେୱାଇସି ଅପଡେଟରେ ଆଉ କୋହଳ କରାଯିବ ନାହଁ । ଢେଙ୍କାନାଳ କପ-୨୦୨୫ ସାମିଲ ଅବସରରେ ହିତାଧିକାରୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଇ-କେୱାଇସି ଅପଡେଟ୍ ସମୟ ସୀମା ବର୍ଦ୍ଧିତ କରାଯାଇଛି ସତ । ହେଲେ ଏହା ଭିତରେ ଯଦି ଯୋଗ୍ୟ ହିତାଧିକାରୀ ଇ-କେୱାଇସି ନକରିପାରିଲେ । ସେମାନଙ୍କ କାର୍ଡ ସରେଣ୍ଡର ହୋଇଗଲା ବୋଲି ଧରିନିଆଯିବ । ଫେବ୍ରୁଆରି ୧୫ ଶେଷ ତାରିଖ ଥିଲା କିନ୍ତୁ କିନ୍ତୁ ରାଜ୍ୟର ୩୪୧ ପିଡିଏସ ସେଣ୍ଟରରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ଯୋଗୁଁ ମାର୍ଚ୍ଚ ୩୧ ତାରିଖ ଯାଏଁ ସମୟ ସୀମା ବର୍ଦ୍ଧିତ ହେଇଛି । ତେବେ ଏହି ଦେଢ଼ ମାସ ଭିତରେ କାର୍ଡ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମାର୍ଚ୍ଚ ୩୧ ପରେ ଆଉ କୌଣସି ହାଲତରେ ସମୟ ସୀମା ବର୍ଦ୍ଧିତ ହେବନାହିଁ ବୋଲି କହିଛନ୍ତି କୃଷ୍ଣ ପାତ୍ର
ଯୋଗାଣମନ୍ତ୍ରୀଙ୍କ ବଡ଼ ଘୋଷଣା । କହିଲେ ରାସନ କାର୍ଡ ଇ-କେୱାଇସି ଅପଡେଟ ନେଇ ଆଉ ବୃଦ୍ଧି ହେବନାହିଁ ସମୟ ସୀମା
ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଇ-କେୱାଇସି ଅପଡେଟ୍ ସମୟ ସୀମା ବର୍ଦ୍ଧିତ କରାଯାଇଛି ସତ । ହେଲେ ଏହା ଭିତରେ ଯଦି ଯୋଗ୍ୟ ହିତାଧିକାରୀ ଇ-କେୱାଇସି ନକରିପାରିଲେ । ସେମାନଙ୍କ କାର୍ଡ ସରେଣ୍ଡର ହୋଇଗଲା ବୋଲି ଧରିନିଆଯିବ ।
/kanak/media/media_files/2025/02/16/MAsmyi9q8TVAGGxYFZa8.jpg)