କନକ ବ୍ୟୁରୋ : ଆଜି ସରୁଛି ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ବୁଝାମଣା ପରେ ଲଦାଖରୁ ସୈନ୍ୟ ପ୍ରତ୍ୟାହାର । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଡେପସାଙ୍ଗ ଓ ଡେମଚୋକରୁ ସମସ୍ତ ଭାରତ-ଚୀନ୍ ସୈନ୍ୟ ପ୍ରତ୍ୟାହାର ଚାଲିଛି ଓ  ମଙ୍ଗଳବାର ସୁଦ୍ଧା ପୂରା ପ୍ରକ୍ରିୟା ଶେଷ ହେବ । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡେପସାଙ୍ଗ ଓ ଡେମ୍ଚୋକରେ ଭାରତ ଓ ଚୀନ୍ ସେନା ପକ୍ଷରୁ ଶତପ୍ରତିଶତ ସୈନ୍ୟ ପ୍ରତ୍ୟାହାର ସରିଛି । ଏହି ପ୍ରକ୍ରିୟାରେ ସମସ୍ତ ପ୍ରକାର ଭିତ୍ତିଭୂମିକୁ ହଟାଇବା ଅନ୍ତର୍ଭୁକ୍ତ । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡେପସାଙ୍ଗ ଓ ଡେମ୍ଚୋକରେ ଭାରତ ଓ ଚୀନ୍ ସେନା ପକ୍ଷରୁ ଶତ ପ୍ରତିଶତ ସୈନ୍ୟ ପ୍ରତ୍ୟାହାର ସରିଛି। ଏହି ପ୍ରକ୍ରିୟାରେ ସମସ୍ତ ପ୍ରକାର ଭିତ୍ତିଭୂମିକୁ ହଟାଇବା ଅନ୍ତର୍ଭୁକ୍ତ । 

Advertisment
  • ଆଜି ଏଲଏସିରେ ସରୁଛି ସେନା ପ୍ରତ୍ୟାହାର
    ମଙ୍ଗଳବାର , ଅକ୍ଟୋବର ୨୯ ସଂଧ୍ୟା ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ
    ଅକ୍ଟୋବର ୨୩ ତାରିଖରେ ଦ୍ୱିପାକ୍ଷିକ ଆଲୋଚନାରେ ବୁଝାମଣା
    ଏଲ୍ଏସିରୁ ସେନା ପ୍ରତ୍ୟାହାର ଏବଂ ପାଟ୍ରୋଲିଂ ସମ୍ପର୍କିତ ଏକ ଚୁକ୍ତି
    ଚୁକ୍ତିର ଦିନକ ପରେ ସେନା ପ୍ରତ୍ୟାହାର
    ୨୦୨୯ ପୂର୍ବରୁ ଯେଉଁଠି ମୁତୟନ ଥିଲେ ସେଠାକୁ ଫେରୁଛନ୍ତି
    ଅସ୍ଥାୟୀ ଭିତ୍ତିଭୂମି ହଟାଯାଇଛି
    ଦେପସାଙ୍ଗ ଓ ଡେମଚୋକରେ ଉଭୟ ଦେଶ ପାଟ୍ରୋଲିଂ
    ପାଟ୍ରୋଲିଂ କରିବା ପୂର୍ବରୁ ଉଭୟ ଦେଶକୁ ସୂଚନା ଦେଇପାରିବେ
    ଦୀର୍ଘ ମାସ ଧରି ଏଲଏସିରେ ଜାରି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଆଶା ରଖାଯାଇଛି