କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି । ଇସ୍ରାଏଲ, ଇରାନ ଓ ତାଙ୍କ ସହଯୋଗୀ ସଂଗଠନମାନଙ୍କ ମଧ୍ୟରେ ନୂତନ ସଂଘର୍ଷ ଅଞ୍ଚଳଟିକୁ ଅସ୍ଥିର କରିଛି । ୟେମେନର ହୁତି ବିଦ୍ରୋହୀମାନେ ଇସ୍ରାଏଲର ଦକ୍ଷିଣ ଅଞ୍ଚଳକୁ ବାଲିଷ୍ଟିକ ମିସାଇଲ ମାଡ଼ କରିଥିଲେ । ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଏହାକୁ ଅଟକାଇବାରେ ସଫଳ ହୋଇଛି । ଏହାର ପ୍ରତିଶୋଧରେ, ଇସ୍ରାଏଲ ହୁତି ନିୟନ୍ତ୍ରିତ ୟେମେନର ହୋଦେଇଦା ବନ୍ଦରରେ ଆକ୍ରମଣ କରିଛି । ସେହିପରି ଲେବାନନରେ ମଧ୍ୟ ହିଂସା ବୃଦ୍ଧି ପାଇଛି । ଜୁନ ୨୭ରେ ଇସ୍ରାଏଲର ଷ୍ଟ୍ରାଇକରେ ନବାଟିଏହରେ ଜଣେ ମହିଳା ନିହତ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ଆଇଡିଏଫ ଦାବି କରିଛି ଯେ ଏହା ହିଜବୁଲ୍ଲାର ଏକ ଗୁପ୍ତ ସାମରିକ ସ୍ଥାନକୁ ଟାର୍ଗେଟ୍ କରିଥିଲା, ଯାହା ୨୦୨୪ ନଭେମ୍ବରରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତିର ଉଲ୍ଲଙ୍ଘନ କରୁଛି । ଲେବାନନ ସରକାର ଇସ୍ରାଏଲକୁ ଏହି ଯୁଦ୍ଧବିରତି ଭାଙ୍ଗିବା ନେଇ ଅଭିଯୋଗ ଲଗାଇଛି । ସେପଟେ ହିଜବୁଲ୍ଲା ଏବେ ଇସ୍ରାଏଲକୁ ପ୍ରତିଶୋଧର ଧମକ ଦେଇଛି ।
ଇରାନ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରାମ ପରେ ଚାଲିଛି ଦୁଇ ପକ୍ଷଙ୍କ ବୟାନବାଜି । ପରସ୍ପରକୁ ଉସୁକାଇବା ପାଇଁ କଡ଼ା ଶବ୍ଦର ପ୍ରୟୋଗ କରିବା ଆରମ୍ଭ କରିଛନ୍ତି ଦୁଇ ଦେଶ । ଇସ୍ରାଏଲ ପରେ ଏବେ ଇରାନ କରିଛି ଟାର୍ଗେଟ୍ । ଆମେରିକାର ହସ୍ତକ୍ଷେପକୁ ଇସ୍ରାଏଲର ଡର ବୋଲି କହିଛି ଇରାନ । ଇରାନ ଇସ୍ରାଏଲ ଉପରେ ତୀବ୍ର କଟାକ୍ଷ କରିଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଟାର୍ଗେଟ କରି ଇରାନ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ସହ ‘ଡାଡି’ ଶବ୍ଦ ବ୍ୟବହାର କରି ବିକୃତ ମନ୍ତବ୍ୟ ଦେଇଛି। ନାଟୋ ଶିଖର ବୈଠକରେ ନାଟୋ ମୁଖ୍ୟ ଟ୍ରମ୍ପଙ୍କୁ 'ଡାଡି' ବୋଲି ସମ୍ବୋଧନ କରିଥିବା ଘଟଣାକୁ ଆଧାର କରି ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବ୍ବାସ ଆରାଘଚି କହିଛନ୍ତି ଯେ, ଇରାନୀ ମିସାଇଲ ଆକ୍ରମଣରୁ ବଞ୍ଚିବା ପାଇଁ ଇସ୍ରାଏଲ ପାଖରେ ‘ଡାଡି’ଙ୍କ ପାଖକୁ ଦୌଡ଼ିବା ବ୍ୟତୀତ ଅନ୍ୟ ବିକଳ୍ପ ନଥିଲା । ଏହି ଘଟଣାକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ପୁଣି ଦେଖାଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/06/28/51ojkk-2025-06-28-21-36-43.jpg)