ଅବଧି ସରିଲା, ସରିଲାନି ପ୍ରକଳ୍ପ କାମ: ଅଧାରେ ଅଟକିଛି ୭ ବର୍ଷ ତଳୁ ଆରମ୍ଭ ହୋଇଥିବା ୩୭ କୋଟିର ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ

Advertisment

ଅବଧି ସରିଲା, ସରିଲାନି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ହରଘର ନଳ ଯୋଜନାରେ ଆରମ୍ଭ ହୋଇଥିବା ପ୍ରକଳ୍ପର ବୟସ ୭ବର୍ଷ ଛୁଇଁଲାଣି । ହେଲେ ନା କାମ ସରୁଛି, ନା ଲୋକ ପିଇବା ପାଣି ପାଇପାରୁଛନ୍ତି । 

ଅବଧି ସରିଲା, ସରିଲାନି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ହରଘର ନଳ ଯୋଜନାରେ ଆରମ୍ଭ ହୋଇଥିବା ପ୍ରକଳ୍ପର ବୟସ ୭ବର୍ଷ ଛୁଇଁଲାଣି । ହେଲେ ନା କାମ ସରୁଛି, ନା ଲୋକ ପିଇବା ପାଣି ପାଇପାରୁଛନ୍ତି । 

ewfwe

efew Photograph: (ewfwe)

କନକ ବ୍ୟୁରୋ: ଅବଧି ସରିଲା, ସରିଲାନି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ହରଘର ନଳ ଯୋଜନାରେ ଆରମ୍ଭ ହୋଇଥିବା ପ୍ରକଳ୍ପର ବୟସ ୭ବର୍ଷ ଛୁଇଁଲାଣି । ହେଲେ ନା କାମ ସରୁଛି, ନା ଲୋକ ପିଇବା ପାଣି ପାଇପାରୁଛନ୍ତି । 

୨୦୧୮ରୁ କାଲିମେଳା ବ୍ଲକର ଭେଙ୍କଟପଲମ ଗାଁ ନିକଟରେ ତିଆରି ହେଉଛି ମେଗା ପାନୀୟ ଜଳ ପ୍ରକଳ୍ପ। ପୋଟେରୁ ନଦୀ କୂଳରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ, ୪ଟି ପଞ୍ଚାୟତର ୧୧ ଖଣ୍ଡ ଗାଁ ଉପକୃତ ହେବ। ସେଥିପାଇଁ ୩୭ କୋଟି ୩ଲକ୍ଷ ଟଙ୍କାର ପ୍ରକଳ୍ପ ଘୋଷଣା ହେଲା। ଅହମ୍ମଦାବାଦର ଜେଏମ୍‌ସି ପ୍ରୋଜେକ୍ଟ ପ୍ରାଇଭେଟ ଇଣ୍ଡିଆ ନାମକ ଠିକା ସଂସ୍ଥା କାମ ହାତକୁ ନେଲା। ଲାଗୁଥିଲା ଖୁବ୍‌ଶୀଘ୍ର ପ୍ରକଳ୍ପ କାମ ସରିବା ପରେ ଲୋକଙ୍କ ଶୋଷ ମେଣ୍ଟିବ। ହେଲେ ସେମିତି କିଛି ହେଲା ନାହିଁ, ୭ବର୍ଷ ବିତିଲାଣି କିନ୍ତୁ ପ୍ରକଳ୍ପ କାମ ସରୁନି।

ଭେଙ୍କଟପଲମ ନଦୀ ଜଳକୁ ବିଶୋଧନ କରି ଗ୍ରାମବାସୀଙ୍କୁ ଫିଲଟର ଯୁକ୍ତ ପାଣି ଯୋଗାଇବା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ହେଲେ କାମ ନାଁରେ କେବଳ ପମ୍ପ ହାଉସ ତିଆରି ସରିଛି। ବାକି ସବୁ କାମ ଅଧପନ୍ତରିଆ ହୋଇ ପଡ଼ିରହିଛି। ଅନ୍ୟପଟେ ପାଇପ ବିଛାଇବା ପାଇଁ ଠିକା ସଂସ୍ଥା ରାସ୍ତାଘାଟ ଖୋଳି ଦେଇଛି। ତେଣୁ ଗମନାଗମନରେ ସମସ୍ୟା ଉପୁଜିଛି। ତୁରନ୍ତ ପ୍ରକଳ୍ପ କାମ ନସରିଲେ, ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମାଲକାନଗିରି ବିଧାୟକ।

ବଡ଼ିଗେଟା, ଭେଙ୍କଟପଲମ, ଗମ୍ପାକୋଣ୍ଡା ଓ କୋଇମେଟଲା ପଞ୍ଚାୟତରେ ବର୍ଷ ତମାମ ପାନୀୟ ଜଳ ସମସ୍ୟା ରହିଛି। ଲୋକେ ଦୂଷିତ ପାଣି ପିଇ କିଡନୀ ରୋଗରେ ପଡ଼ିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି। ଜଳ ଯୋଗାଣ ପ୍ରକଳ୍ପ ହେଲେ ସେଥିରୁ ମୁକ୍ତି ମିଳିବ ବୋଲି ଆଶା ବାନ୍ଧି ବସିଛନ୍ତି ଗ୍ରାମବାସୀ। ହେଲେ ଠିକା ସଂସ୍ଥାର ମନମାନୀ ଓ ପ୍ରଶାସନର ଅଣଦେଖା ଯୋଗୁଁ ୭ ବର୍ଷ ପରେ ବି ପ୍ରକଳ୍ପ ଅଧାରେ ଅଟକିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe