କନକ ବ୍ୟୁରୋ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ରାୟ ଆସିଛି। ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ସଜା ଶୁଣାଇଛନ୍ତି ବଲାଙ୍ଗୀର ଏସଡିଜେଏମ କୋର୍ଟ। ଏବେ କୋର୍ଟଙ୍କ ରାୟ ପ୍ରକାଶ ପରେ ସାମ୍ନାକୁ ଆସିଛି ସେହି ଚର୍ଚ୍ଚିତ ଚିଠି । ନିଜକୁ ଚାଲାକ ଭାବି ଯେଉଁ ଚିଠି ଏସପିଙ୍କ ନିକଟକୁ ଲେଖିଥିଲା, ସେହି ଚିଠି ତାଙ୍କୁ ଫସାଇ ଦେଇଛି । ସେତେବେଳେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ହାତରେ ଚିଠି ଲାଗିବା ପରେ ସାମ୍ନାକୁ ଆସିଛି ପୁଞ୍ଜିଲାଲର ଅସଲ ଚେହେରା ।
୭ ବର୍ଷ ଧରି ଚାଲିଥିବା ଏହି ମାମଲାର ଶୁଣାଣି କରି କୋର୍ଟ ଆଜି ମୁଖ୍ୟ ଓ ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହରଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ପୁଞ୍ଜିଲାଲଙ୍କୁ ଅଧିକ ଦିନ ଜେଲରେ ରହିବାକୁ ପଡିବ ।