କନକ ବ୍ୟୁରୋ : ମହାଶିବରାତ୍ରି ପାଇଁ ସବୁଠି ଭକ୍ତିମୟ ପରିବେଶ । ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଛି ମହାଦୀପ । ରାତି ସାଢେ ୧୦ଟା ସମୟ ଥିବା ବେଳେ ରାତି ୮ଟା ୩୮ ମିନିଟରେ ମହାଦୀପ ଉଠିଛି । ହଜାର ହଜାର ଭକ୍ତଙ୍କ ଲିଙ୍ଗରାଜ ମନ୍ଦିରରେ ଦୀପ ଜାଳି ବ୍ରତ ପାଳନ କରିଛନ୍ତି । ମହାଶିବରାତ୍ରୀ ପାଇଁ ଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳଙ୍କୁ ଭିଡ଼ ଦେଖିବାକୁ ମିଳିଛି । ମହାଶିବରାତ୍ରି ଦିନ ସକାଳୁ ମୁହାଁମୁହିଁ ହୋଇଥିଲେ ସେବାୟତ ଓ ପୁଲିସ । ସେବାୟତଙ୍କ ପରିବାର ଲୋକଙ୍କୁ ଅଟକାଇବାକୁ ନେଇ ଉତ୍ତେଜନାଜନାମୂଳକ ପରିସ୍ଥିତି ଉପୁଜିଥିଲା । ପୁଲିସ ଓ ସେବାୟତ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏପରିକି ଜଣେ ଆହତ ହୋଇଥିବା ସୂଚନା ମିଳିଛି । ବିବାଦ ଯୋଗୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବିଳମ୍ବ ହୋଇଥିଲା ।

Advertisment

ହେଲେ ଶେଷରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଛି । ସେପଟେ  ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ଠେଲାପେଲା । ହଠାତ ଭକ୍ତ ମାନେ ଦର୍ଶନ କରିବା ପାଇଁ ଭିତରକୁ ପଶିବାରୁ ଠେଲାପେଲା ହୋଇଛି । ଭକ୍ତଙ୍କୁ ସେବାୟତ ଅଟକେଇବାରୁ ପ୍ରବଳ ଠେଲା ପେଲା ହୋଇଥିଲା । ପୁଲିସ ଆସି ହସ୍ତକ୍ଷେପ କରିଥିଲା । ସେହି ସମୟରେ କିଛି ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ । ପରବର୍ତୀ ସମୟରେ ସେବାୟତ ଓ ପୋଲିସ ମାନଙ୍କ ଭିତରେ ମୁହାଁ ମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । କାହିଁକି ଲୋକଙ୍କୁ ଭିତରକୁ ଛାଡ଼ିଲେ ତାକୁ ନେଇ ପୋଲିସ ସହ ସେବାୟତଙ୍କ ଯୁକ୍ତିତର୍କ ହୋଇଥିଲା ।

ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ଠେଲାପେଲା । ହଠାତ ଭକ୍ତ ମାନେ ଦର୍ଶନ କରିବା ପାଇଁ ଭିତରକୁ ପଶିବାରୁ ଠେଲାପେଲା ହୋଇଛି । ଭକ୍ତଙ୍କୁ ସେବାୟତ ଅଟକେଇବାରୁ ପ୍ରବଳ ଠେଲା ପେଲା ହୋଇଥିଲା । ପୋଲିସ ଆସି ହସ୍ତକ୍ଷେପ କରିଥିଲା । ସେହି ସମୟରେ କିଛି ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ । ପରବର୍ତୀ ସମୟରେ ସେବାୟତ ଓ ପୋଲିସ ମାନଙ୍କ ଭିତରେ ମୁହାଁ ମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । କାହିଁକି ଲୋକଙ୍କୁ ଭିତରକୁ ଛାଡ଼ିଲେ ତାକୁ ନେଇ ପୋଲିସ ସହ ସେବାୟତଙ୍କ ଯୁକ୍ତିତର୍କ ହୋଇଥିଲା । ବହୁ ପ୍ରତିକ୍ଷାର ଅନ୍ତଘଟିଛି । ରାତ୍ର ଗୋଟାଏରେ ବାବା ଧବଳେଶ୍ଵରଙ୍କ ପାଖରେ ଉଠିଲା ମହାଦୀପ ।

ଅଧିକ ପଢନ୍ତୁ : ମହାଦେବଙ୍କ ଏପରି ଏକ ଅଲୌକିକ ମନ୍ଦିର ଯାହା ବର୍ଷରେ ଥରେ ମାତ୍ର ମହାଶିବରାତ୍ରି ଦିନ ଭକ୍ତଙ୍କ ପାଇଁ ଖୋଲିଥାଏ ।

ସନ୍ଧ୍ୟା ସମୟରେ ପ୍ରଥମ ପ୍ରହର ପୂଜାରେ ବାବା ଧବଳେଶ୍ଵରଙ୍କ ବଡ଼ ସିଂହାର ବେଶ କରାଯିବା ସହ ଆରମ୍ଭ ହୋଇଥିଲା ମହାଦୀପ ପ୍ରସ୍ତୁତି । ଦ୍ବିତୀୟ ପ୍ରହର ଓ ତୃତୀୟ ପ୍ରହର ପୂଜା କରାଯାଇ ପ୍ରଭୁଙ୍କ ନିକଟରେ ଲାଗି କରାଯାଇଥିଲା ପ୍ରିୟ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ପରେ ହରିହର ଭେଟ କରାଯାଇ ଧବଳେଶ୍ବରଙ୍କ ଚଳନ୍ତି ପ୍ରତିମା ବେଢ଼ା ପ୍ରରିକ୍ରମା କରିବା ପରେ ପୂଜକ ସମିତି ପକ୍ଷରୁ ମହାଦୀପ ଉଠିଥିଲା ।

ପୀଠ ମଧ୍ୟରେ ଉଜାଗର ରହି ଚାହିଁ ରହିଥିବା ଶ୍ରଦ୍ଧାଳୁମାନେ ମହାଦୀପ ଦର୍ଶନ କରି ଘରକୁ ଫେରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଆୟୋଜିତ ଭଜନ ସମାରୋହରେ ଅତିଥି ଭାବେ ଯୋଗଦେଇ ଏକାମ୍ର କ୍ଷେତ୍ରର ବିକାଶ ଲାଗି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲେ । ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ର ବିକଶିତ ହେବ ବୋଲି ସେ କହିଛନ୍ତି । ପ୍ରଥମ ପର୍ୟ୍ୟାୟରେ ୧୮୦ କୋଟି ଟଙ୍କା ଦିଆଯାଇଛି ଏବଂ ଦ୍ବିତୀୟ ପର୍ୟ୍ୟାୟରେ ମିଳିବାକୁ ଥିବା ୧୫୦ କୋଟି ଟଙ୍କାରେ ବିନ୍ଦୁସାଗରର ବିକାଶ ଓ ବ୍ୟାଖ୍ୟାନ କେନ୍ଦ୍ର କରାଯିବ ବୋଲି ଘୋଷଣା କରିଛନ୍ତି ।