୬ ମାର୍ଚ୍ଚରେ ଛୁଇଁବ ୧ କୋଟିର ମ୍ୟାଜିକ ନମ୍ୱର, ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର

Advertisment

ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧  । ରକ୍ଷା ବନ୍ଧନରେ ମହିଳା ପାଇବେ ତିନି କିସ୍ତି ।

ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧  । ରକ୍ଷା ବନ୍ଧନରେ ମହିଳା ପାଇବେ ତିନି କିସ୍ତି ।

ସୁଭଦ୍ରା: ୬ରେ ଛୁଇଁବ ମ୍ୟାଜିକ ନମ୍ବର

ସୁଭଦ୍ରା: ୬ରେ ଛୁଇଁବ ମ୍ୟାଜିକ ନମ୍ବର Photograph: (kanaknews)

କନକ ବ୍ୟୁରୋ : ସୁଭଦ୍ରାକୁ ନେଇ ଆସିଛି ବଡ଼ ଖବର। କୋଟିଏ ଛୁଇଁବ ହିତାଧିକାରୀଙ୍କ ସଂଖ୍ୟା। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅର୍ଥାତ୍ ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ, ରାଜ୍ୟର କୋଟିଏ ମହିଳାଙ୍କ ପାଖରେ ପହଞ୍ଚିଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା। ମାର୍ଚ୍ଚ ୬ ତାରିଖରେ ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ। ମାର୍ଚ୍ଚ ୮ ତାରିଖରେ ଆସିବ ଦ୍ୱିତୀୟ କିସ୍ତି ଟଙ୍କା। ପୂର୍ବରୁ ପ୍ରଥମ କିସ୍ତିର ୪ଟି ପର୍ଯ୍ୟାୟରେ …
୯୮ ଲକ୍ଷ ୩୦ ହଜାର ୯୩୩ ଜଣ ହିତାଧିକାରୀଙ୍କୁ ଦିଆଯାଇଛି ସୁଭଦ୍ରା ଟଙ୍କା 
ମାର୍ଚ୍ଚ ୬ରେ ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ମିଳିବ ପଞ୍ଚମ ପର୍ଯ୍ୟାୟ ଟଙ୍କା 
କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବେ ମୋହନ ସରକାର । 
 
ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧ 
 ରକ୍ଷା ବନ୍ଧନରେ ମହିଳା ପାଇବେ ତିନି କିସ୍ତି
ବିଭିନ୍ନ କାରଣରୁ ଯେଉଁମାନଙ୍କୁ ସୁଭଦ୍ରା ଟଙ୍କା ମିଳିପାରିନାହିଁ ସେମାନେ ଆଦୌ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତୀ ପରିଡ଼ା । କହିଛନ୍ତି ଚଳିତ ବର୍ଷ ପାଇଁ ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ । ଏହି ସମୟ ଅବଧିରେ ଆବେଦନ କଲେ, ରାକ୍ଷୀ ପୂର୍ଣ୍ଣିମାରେ ଏକାସାଙ୍ଗରେ ୩ଟି କିସ୍ତିର ଟଙ୍କା ପାଇବେ। ମୋହନ ସରକାରଙ୍କ ସବୁଠାରୁ ମହତ୍ୱାକାଂକ୍ଷୀ ଯୋଜନା ସୁଭଦ୍ରାକୁ କୋଟିଏ ମହିଳାଙ୍କ ପାଖରେ ପହଞ୍ଚାଇବା ଏକ ବଡ ଉପଲବ୍ଧି। ଆଉ ୮ ମାସରେ ଏହି ଐତିହାସିକ ସଫଳତା ପାଇଥିବାରୁ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଆବେଦନକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe