ପୁଣି ଚର୍ଚ୍ଚାରେ ସୁନ୍ଦରଗଡ଼ର ରତନସରା ; କୋଇଲା ନୁହେଁ, ଜଙ୍ଗଲ ଉପରେ ମାଫିଆଙ୍କ ଆଖି

Advertisment

କାଟି ପଦା କରିଦେଲେ ୧୫ ଶହରୁ ଅଧିକ ମୂଲ୍ୟବାନ ଗଛ । ୫ ଏକର ଜଙ୍ଗଲ ଜମିରୁ ଜଙ୍ଗଲ ଗାଏବ କରିଦେଲେଣି ମାଫିଆ । ଯେଉଁ ଜଙ୍ଗଲରୁ କିଛି ମାସ ତଳେ ଲକ୍ଷ ଲକ୍ଷ ଟନ୍ କୋଇଲା ଚୋରି କରିଥିଲେ ମାଫିଆ, ଆଜି ସେଇ ଜଙ୍ଗଲକୁ ପଦା କରିଦେଇଛନ୍ତି ମାଫିଆ ।

କାଟି ପଦା କରିଦେଲେ ୧୫ ଶହରୁ ଅଧିକ ମୂଲ୍ୟବାନ ଗଛ । ୫ ଏକର ଜଙ୍ଗଲ ଜମିରୁ ଜଙ୍ଗଲ ଗାଏବ କରିଦେଲେଣି ମାଫିଆ । ଯେଉଁ ଜଙ୍ଗଲରୁ କିଛି ମାସ ତଳେ ଲକ୍ଷ ଲକ୍ଷ ଟନ୍ କୋଇଲା ଚୋରି କରିଥିଲେ ମାଫିଆ, ଆଜି ସେଇ ଜଙ୍ଗଲକୁ ପଦା କରିଦେଇଛନ୍ତି ମାଫିଆ ।

26

କନକ ବ୍ୟୁରୋ : ମାଫିଆଙ୍କ କବ୍‌ଜାରେ ସୁନ୍ଦରଗଡ଼ ହେମଗିରି ବ୍ଲକର ରତନସରା ଜଙ୍ଗଲ । କାଟି ପଦା କରିଦେଲେ ୧୫ ଶହରୁ ଅଧିକ ମୂଲ୍ୟବାନ ଗଛ । ୫ ଏକର ଜଙ୍ଗଲ ଜମିରୁ ଜଙ୍ଗଲ ଗାଏବ କରିଦେଲେଣି ମାଫିଆ । ଯେଉଁ ଜଙ୍ଗଲରୁ କିଛି ମାସ ତଳେ ଲକ୍ଷ ଲକ୍ଷ ଟନ୍ କୋଇଲା ଚୋରି କରିଥିଲେ ମାଫିଆ, ଆଜି ସେଇ ଜଙ୍ଗଲକୁ ପଦା କରିଦେଇଛନ୍ତି ମାଫିଆ । ଗୋଟିଏ କି ଦୁଇଟି ଗଛ ନୁହଁ ପାଖାପାଖି ୫ ଏକର ଜଙ୍ଗଲ ଜମିରୁ ୧୫ ଶହରୁ ଅଧିକ ମୂଲ୍ୟବାନ ଗଛ କାଟି ପଦା କରିଦେଇଛନ୍ତି ମାଫିଆ । ରତନସରା ଜଙ୍ଗଲରେ ଲମ୍ବା ଲମ୍ବା ହୋଇ ପଡିଛି ଗଛ ଗୁଡିକ । କେଉଁ ଗଛ ୧୦ରୁ ୧୨ ବର୍ଷର ତ ଆଉ କେଉଁ ଗଛ ୫୦ରୁ ୧୦୦ ବର୍ଷ ପୁରୁଣା ।

ସବୁ ଗଛ ଗୁଡିକୁ କାଟି ପଦା କରିଦେଇଛନ୍ତି ଜଙ୍ଗଲ ଦସ୍ୟୁ । ହେଲେ କିଏ ଓ କେଉଁ କାରଣରୁ ଏହି ଗଛ ଗୁଡିକୁ କାଟି ପଦା କରିଦେଇଛି ତାହା ତଦନ୍ତ ସାପେକ୍ଷ । ଗ୍ରାମବାସୀ ଏହି ଘଟଣା ଜାଣିବା ପରେ ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗକୁ ଖବର ଦେଇଛନ୍ତି । ଉଭୟ ବିଭାଗ ଆସି ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe