କନକ ବ୍ୟୁରୋ :  ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ମଦ୍ରାସାରେ ଲାଗିବକି ତାଲା ? ଠପ୍ ହୋଇଯିବକି ମଦ୍ରାସାର ପାଠପଢା? ମଦ୍ରାସା ବୋର୍ଡ ଅଧିନରେ ଥିବା ବିଦ୍ୟାଳୟର ପାଠପଢାକୁ ନେଇ ଏନସିପିସିଆର ପ୍ରଶ୍ନ ଉଠାଇବା ପରେ ଏହି ଆଶଙ୍କା ବଢ଼ି ଯାଇଛି । ଏନସିପିସିଆର ଅଭିଯୋଗ ଅନୁସାରେ..
-  ମଦ୍ରାସା ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ଶିକ୍ଷା ଅଧିକାର ଆଇନ ଉଲଂଘନ ହେଉଛି
- ଦକ୍ଷ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କର ଶିକ୍ଷାର ମାନ କମୁଛି

Advertisment

ଏନେଇ ମଦ୍ରସା ବୋର୍ଡ ବନ୍ଦ କରିବା ସହ ରାଜ୍ୟ ସରକାର ଯୋଗାଉଥିବା ଅନୁଦାନ ରାଶିକୁ ବନ୍ଦ କରିବା ପାଇଁ ପ୍ରତ୍ୟେକ ରାଜ୍ୟର ମୁଖ୍ୟ ଶାସନୁ ସଚିବଙ୍କୁ ଚିଠି କରିଛି ଏନସିପିସିଆର । ତେବେ ଅଭିଯୋଗ ଆଧାରରେ ତର୍ଜମା କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ । 

ଏନସିପିସିଆରର ଚିଠି ପରେ ମଦ୍ରାସାକୁ ନେଇ ବିଭିନ୍ନ ରାଜ୍ୟରେ ତମ୍ୱିତୋଫାନ ଆରମ୍ଭ ହେଲାଣି । ଏହି ସମୟରେ ଗ୍ରାଉଣ୍ଡ ରିଏଲିଟି ପରିଖିବା ପାଇଁ ଆମେ ପହଞ୍ଚିଥିଲୁ ପିପିଲି ସ୍ଥିତ ଏକ ମଦ୍ରସା ପରିଚାଳିତ ଶିକ୍ଷାନୁଷ୍ଠାନରେ । ବିଭିନ୍ନ ଶ୍ରେଣୀରେ ଚାଲିଥାଏ ପାଠପଢା । କେଉଁଠି ଓଡିଆ ପଢା ଚାଲୁଥାଏ ତ ପୁଣି କେଉଁଠି ଉର୍ଦ୍ଦୁ ଏବଂ ଇଂରାଜୀ । ତେବେ ମଦ୍ରସା ବନ୍ଦ ହୋଇଗଲେ ଅନେକ ସମସ୍ୟା ହେବ ବୋଲି କହିଛନ୍ତି ଛାତ୍ରଚାତ୍ରୀ ଓ ଶିକ୍ଷକ । 

ରାଜ୍ୟରେ ୧୫୫ ମଦ୍ରାସା ବିଦ୍ୟାଳୟରୁ ୧୫୪ଟି ସରକାରୀ ଅନୁଦାନ ପାଉଛନ୍ତି । ରାଜ୍ୟର ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀ ଏଭଳି ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବାବେଳେ ୮୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପାଠ ପଢାରେ ନିୟୋଜିତ ଅଛନ୍ତି । କିନ୍ତୁ ଏନସିପିସିଆରର ସୁପାରୀଶ ଅନୁଯାୟୀ ଏସବୁ ବନ୍ଦ ହୋଇଗଲେ ଏଠି ପାଠପଢ଼ୁଥିବା ଛାତ୍ରଛାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଯାଉଛି ।