କନକ ବ୍ୟୁରୋ : ଭବାନୀପାଟଣାରେ ମାଙ୍କଡ ଆତଙ୍କ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଗୋଦାମପଡାରେ ଆତଙ୍କ ଖେଳାଇଛି ପାଗଳ ମାଙ୍କଡ । ମାଙ୍କଡ଼ ଆକ୍ରମଣରେ ୧୦ରୁ ଅଧିକ ଲୋକ ଆହତ ହେଲେଣି । କାହାକୁ କାମୁଡିଛି, ତ ଆଉ କାହାକୁ ରାମ୍ପୁଡି ପକାଇଛି ପାଗଳ ମାଙ୍କଡ଼ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିବା ମାଙ୍କଡକୁ କାବୁ କରିବାକୁ ନାକେଦମ ହେଲାଣି ସ୍ଥାନୀୟ ପ୍ରଶାସନ । ମାଙ୍କଡକୁ ଧରିବା ପାଇଁ ୪ ଘଣ୍ଟା ଜାରି ରହିଛି ବନବିଭାଗର ଅପରେସନ୍ । ବହୁ କସରତ ପରେ ବି ମାଙ୍କଡକୁ କାବୁ କରାଯାଇ ପାରିନାହିଁ ।
କଳାହାଣ୍ଡି ଭବାନୀପାଟଣାରେ ପାଗଳ ମାଙ୍କଡ଼ ଆତଙ୍କ । ୧୦ରୁ ଅଧିକ ଲୋକଙ୍କୁ ଖଣ୍ଡିଆ ଖାବରା କଲାଣି ମାଙ୍କଡ଼
ଭବାନୀପାଟଣାରେ ମାଙ୍କଡ ଆତଙ୍କ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଗୋଦାମପଡାରେ ଆତଙ୍କ ଖେଳାଇଛି ପାଗଳ ମାଙ୍କଡ । ମାଙ୍କଡ଼ ଆକ୍ରମଣରେ ୧୦ରୁ ଅଧିକ ଲୋକ ଆହତ ହେଲେଣି ।
/kanak/media/media_files/2025/01/02/Ae6uHQQ9vMGSMUphq0sa.jpg)