କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀ ଜଗନ୍ନାଥ , ଅଲୌକିକରେ ଲୌକିକ ସେ । ଅପରିବର୍ତ୍ତନରେ ପରିବର୍ତ୍ତନ ସେ; ମହାଜାଗତିକରେ ଜାଗତିକ ସେ ପୁଣି ପରମ ସତ୍ୟ ପରମ ଭାଗବତ ସେ । ସେ ପୂଣ୍ୟ , ସେ ଶୂନ୍ୟ ସେ ପୁଣି ଉଭୟ ସାକାର ଓ ନିରାକାର । ସେ ବିଶ୍ବାସରେ ସେ ପୁଣି ତତ୍ତ୍ବରେ ।

Advertisment

8

ଭକ୍ତ ତାଙ୍କର ଜୀବନ । ଭକ୍ତ ଜ୍ଞନୀ ହେଉ କି ଜିଜ୍ଞାସୁ, ଆର୍ତ୍ତ ହେଉ କି ଅଥାର୍ଥୀ ସମସ୍ତଙ୍କୁ ସେ  ଭଲ ପାଆନ୍ତି  । ଭକ୍ତ ଭାବରେ ବାଢ଼ିଦେଇଥିବା ପତ୍ରଟିଏ ହେଉ ବା ଫଳଟିଏ, ଫୁଲଟିଏ ହେଉ ବା ମୁନ୍ଦାଏ ଜଳ ମହାପ୍ରଭୁ ତାକୁ ଭାରି ଶ୍ରଦ୍ଧାରେ ଗ୍ରହଣ କରନ୍ତି । ଭଗବାନଙ୍କର ସବୁଠୁ ପ୍ରିୟ ତାଙ୍କ ଭକ୍ତ । ଭଗବାନଙ୍କର ସବୁଠାରୁ ବେଶି ପ୍ରିୟ ହେଉଛନ୍ତି ତାଙ୍କ ଭକ୍ତ ।ଭକ୍ତ ଯେ ଖାଲି ଭଗବାନଙ୍କୁ ପୂଜା କରନ୍ତି ତାହା ନୁହେଁ ବରଂ ଭଗବାନ ମଧ୍ୟ ତାଙ୍କ ଭକ୍ତ ପାଇଁ ସବୁବେଳେ ଚିନ୍ତିତ । ସେଥିପାଇଁ ତ ଭକ୍ତ କବି ଗାଇଛନ୍ତି , ’ ସେ ତ ଭକତ ଭାବେ ବନ୍ଧା ଯେ, ସେ ତ ଭକତ ଜୀବନ ଧନ’ । ଖାଲି ମାନବ ରୂପେ ନୁହେଁ ପଶୁ, ପକ୍ଷୀ ଯେ କେହି ବି ତାଙ୍କୁ ବିକଳ ହୋଇ ଡାକିଛନ୍ତି ତାଙ୍କ ଡାକ ଶୁଣିଛନ୍ତି ମହାପ୍ରଭୁ । ଏହାର ପ୍ରମାଣ ହେଉଛି ଗଜରାଜ  , କୁମ୍ଭୀରଠାରୁ ରକ୍ଷା ପାଇବାକୁ ଚକ୍ରଧାରୀଙ୍କୁ ପ୍ରାର୍ଥନା କରନ୍ତେ ଗରୁଡାରୂଢ଼ ହୋଇ ଆସିଲେ ମଣିମା । ଚକ୍ରରେ କୁମ୍ଭୀରର ବେକ କାଟି ହାତୀକୁ ରକ୍ଷା କଲେ। ପୁଣି ମହାଭାରତ ଯୁଦ୍ଧରେ ଭରତିଆ ପକ୍ଷୀକୁ ଘଣ୍ଟ ଘୋଡ଼ାଇ ରଖିଥିଲେ  । ଖାଲି ଭଗବାନଙ୍କ ଦର୍ଶନ ପାଇଁ ଭକ୍ତ ଛୁଟି ଆସେନି  । ଭକ୍ତ ପାଇଁ ନିଜେ ଭଗବାନ ମଧ୍ୟ ତା ପାଖକୁ ଧାଇଯାନ୍ତି , ପୁରାଣ ଦେଇଛି ଏହାର ଯଥେଷ୍ଟ ପ୍ରମାଣ ।