କନକବ୍ୟୁରୋ : ଶେଷ ହେଲା ପ୍ରତୀକ୍ଷାର ଅନ୍ତ। ଆଜି ଭିସିରେ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡା ରେଳ ମଣ୍ଡଳର ଭୂମି ପୂଜନ କରିବେ ଭିଡିଓ କନଫରେନ୍ସି ମାଧ୍ୟମରେ । ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ରାୟଗଡା ସ୍ଥିତ ରେଳବାଇ ପଡିଆରେ ଦିନ ୧୧ ଟାରେ ଆୟୋଜନ ହେବାକୁ ଯାଉଛି ଏକ ବିରାଟ ଆୟୋଜନ । ଏଥିନିମନ୍ତେ ଟେଣ୍ଟ ଭିଡା କାମ ଶେଷ ହେବାକୁ ଥିବା ବେଳେ ରେଳ ରାଷ୍ଟ୍ରମନ୍ତ୍ରୀ ରାବନୀତ ସିଂ ବିଟୁ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହିବା ନେଇ ସୂଚନା ରହିଛି। ଏହାଦ୍ବାରା ରାୟଗଡା ବାସୀଙ୍କ ଦାବି ପୂରଣ ହେବ ।
ଏଥିସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ରେଳ ମଣ୍ଡଳ ଏବଂ ଚର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନକୁ ଉଦଘାଟନ କରିବେ ସହିତ ଓଡିଶାର ରାୟଗଡ଼ା ରେଳ ମଣ୍ଡଳ ପାଇଁ ମଧ୍ୟ ଶିଳାନ୍ୟାସ ମଧ୍ୟ କରିବେ। ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାମ୍ମୁ ଠାରେ ରହି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସୂଚନା ଅନୁସାରେ, ରାୟଗଡ଼ା ରେଳ ମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦୭ କୋଟି ଟଙ୍କା ରହିଛି।
ଏହି ପ୍ରକଳ୍ପରେ ସ୍ଥାନୀୟ ଅଞ୍ଚଳର ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଅନେକ ପ୍ରମୁଖ ଉପାଦାନ ଅନ୍ତର୍ଭୂକ୍ତ ହେବ। ଏହି ଡିଭିଜନର ମୁଖ୍ୟାଳୟ ରାୟାଗଡା ଠାରେ ରହିବ। ଏକ ଆଧୁନିକ ମଣ୍ଡଳ ରେଳବାଇ କାର୍ଯ୍ୟାଳୟ ଭବନ ପ୍ରାୟ ୧୨ ହଜାର ବର୍ଗମିଟର କ୍ଷେତ୍ରରେ ନିର୍ମାଣ ହେବ, ଯେଉଁଠାରେ ଗ୍ରାଉଣ୍ଡ ଫ୍ଲୋର ସହିତ ଆଉ ଦୁଇଟି ଫ୍ଲୋର ରହିବ। ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ ।
ରେଳମଣ୍ଡଳର ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ଆବାସ ନିର୍ମାଣ କରାଯିବ ସହିତ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ରେଳ ମଣ୍ଡଳ ଭବନରେ ବର୍ଷା ଜଳ ଅମଳ ବ୍ୟବସ୍ଥା ରହିବ ବୋଲି ଜାଣିବାକୁ ମିଳିଛି । ଏହି ପ୍ରକଳ୍ପ ଦ୍ବାରା ଅଞ୍ଚଳରେ ପରିବହନ ସଂଯୋଗରେ ଉନ୍ନତି ଆସିବ। ବିଶେଷ କରି ଦକ୍ଷିଣ ଓଡିଶାର ଆଦିବାସୀ ଅଞ୍ଚଳରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ପ୍ରକଳ୍ପ ବିଶେଷ ସହାୟକ ହେବ । ଏହା ଦ୍ବାରା ନିଯୁକ୍ତି ସୃଷ୍ଟି ହେବା ସହିତ ଯାତ୍ରୀ ଏବଂ ସ୍ଥାନୀୟ ଶିଳ୍ପଗୁଡ଼ିକ ସହିତ ଘନିଷ୍ଠ ସଂଯୋଗ ସୃଷ୍ଟି ହୋଇପାରିବ ବୋଲି ଜଣା ପଡିଛି । ରାୟଗଡା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ରବନୀତ ସିଂ ବିଟୁଙ୍କ ସମେତ ଦକ୍ଷିଣ ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/01/06/5j1uIbALXGfQOYmFJ1rl.jpg)