କନକ ବ୍ୟୁରୋ :  ରାୟଗଡା ବ୍ଳକ ବଡ଼ଆଳୁବାଡ଼ି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ଡାକ୍ତରଖାନାଟି ସ୍ଥାନୀୟ ଲୋକଙ୍କ ଭରସାର କେନ୍ଦ୍ର। ଗୁରୁଷୁବାଡ଼ି, ଶିକରପାଡୁ, ବନ୍ଦଗୁଡ଼ା, ଦାରକାପାଡୁ, ପଦବାପାଡୁ, ଏରମଣ୍ଡା, କୋଷପାଡୁ, ପାଲରାପାଡୁ ସହିତ ବଡଆଳୁବାଡି ଗାଁର ଲୋକମାନେ ସ୍ବାସ୍ଥ୍ୟ କଥା ବୁଝୁଥିଲା। ହେଲେ ଏବେ ସେ ନିଜ ରୋଗିଣା। ୨୦୧୧-୧୨ରେ ନିର୍ମାଣ ହୋଇଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଝୁଲୁଛି ତାଲା । ଦିନୁଟିଏ ବି ଡାକ୍ତର ଆସୁନାହାନ୍ତି, କି ରୋଗୀଙ୍କୁ ସେବା ମିଳୁନାହିଁ । କିନ୍ତୁ ପ୍ରତିବର୍ଷ ଖାଲି ଯାହା କୋଠା ରଙ୍ଗ ହେଉଛି ।

Advertisment

ଠିକ ସେହିପରି ନ୍ୟୁ ଲାଇଫ୍ ସେଣ୍ଟର ବା ଜୀବନ ଜ୍ୟୋତି ହେଲ୍‌ଥ କେୟାର ସେଣ୍ଟର । ୨୦୦୫ରେ ନିର୍ମାଣ ହୋଇଥିଲା । ଉଦଘାଟନର ବର୍ଷେ ପର୍ୟ୍ୟନ୍ତ ଠିକଠାକ ଚାଲିଥିଲା। କିନ୍ତୁ ପରେ ସରକାରୀ ଅନୁଦାନ ନମିଳିବାରୁ ୧୮ ବର୍ଷ ହେଲାଣି ତାଲା ଝୁଲୁଛି ।

ଗାଁ ପାଖରେ ଦୁଇ ଦୁଇଟି ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ପଡ଼ିଥିବାରୁ ସ୍ୱାସ୍ଥ୍ୟ ସେବା ପାଇଁ ଲୋକଙ୍କୁ ୨୬ କିଲୋମିଟର ଯିବାକୁ ପଡ଼ୁଛି । ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ନଜର ଦେବାକୁ ଦାବି ହୋଇଛି ।