ରାସ୍ତାର ଆୟୁଷ ବର୍ଷେ.. ବଦଳିଗଲାଣି ପିଚୁ ରାସ୍ତାର ଚେହେରା, ବର୍ଷକରେ ହାଲ ବେହାଲ..

Advertisment

ଗମନାଗମନର ସୁଗମ ହେଲେ, ଅଂଚଳର ସାମଗ୍ରିକ ବିକାଶ ହେବ। କିନ୍ତୁ ଅଫିସର ଓ ଠିକାଦାରଙ୍କ ମନମାନି ଯୋଗୁଁ ଯୋଜନା ଗୁଡ଼ିକ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁନି। ସୁବର୍ଣ୍ଣପୁରରେ ବର୍ଷେ ତଳେ ରେଳ ବିଭାଗ ଦ୍ୱାରା ଷ୍ଟେସନକୁ ଯିବା ଆସିବା ପାଇଁ ରାସ୍ତା ନିର୍ମାଣ କରାଗଲା।

ଗମନାଗମନର ସୁଗମ ହେଲେ, ଅଂଚଳର ସାମଗ୍ରିକ ବିକାଶ ହେବ। କିନ୍ତୁ ଅଫିସର ଓ ଠିକାଦାରଙ୍କ ମନମାନି ଯୋଗୁଁ ଯୋଜନା ଗୁଡ଼ିକ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁନି। ସୁବର୍ଣ୍ଣପୁରରେ ବର୍ଷେ ତଳେ ରେଳ ବିଭାଗ ଦ୍ୱାରା ଷ୍ଟେସନକୁ ଯିବା ଆସିବା ପାଇଁ ରାସ୍ତା ନିର୍ମାଣ କରାଗଲା।

efef

କନକ ବ୍ୟୁରୋ: ଗମନାଗମନର ସୁଗମ ହେଲେ, ଅଂଚଳର ସାମଗ୍ରିକ ବିକାଶ ହେବ। କିନ୍ତୁ ଅଫିସର ଓ ଠିକାଦାରଙ୍କ ମନମାନି ଯୋଗୁଁ ଯୋଜନା ଗୁଡ଼ିକ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁନି। ସୁବର୍ଣ୍ଣପୁରରେ ବର୍ଷେ ତଳେ ରେଳ ବିଭାଗ ଦ୍ୱାରା ଷ୍ଟେସନକୁ ଯିବା ଆସିବା ପାଇଁ ରାସ୍ତା ନିର୍ମାଣ କରାଗଲା। ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା ନଷ୍ଟ ହୋଇଗଲାଣି। ମରାମତି ପାଇଁ ବାରମ୍ବାର ଦାବି ସତ୍ତେ୍ୱ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି।

ମରଣ ଯନ୍ତା ପାଲଟିଛି ରେଳ ଷ୍ଟେସନ ରାସ୍ତା । ଗାଡ଼ି ଯିବା ତ ଦୂରର କଥା ଚାଲିକି ଯିବା ମୁସ୍କିଲ । ସୁବର୍ଣ୍ଣପୁର ଜିଲ୍ଲା ଝାର ତରଭା ରେଳଷ୍ଟେସନ ରାସ୍ତାର ଦୃଶ୍ୟକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି ଦୁର୍ନୀତି । ବେଶି ନୁହେଁ ମାତ୍ର ବର୍ଷେ ତଳେ ତିଆରି ହୋଇଥିଲା ପିଚୁ ରାସ୍ତା । ଏବେ ରାସ୍ତାରେ ବଡ଼ବଡ଼ ଗାତ ସୃଷ୍ଟି ହେଲାଣି । ପିଚୁ ନାହିଁ, କାଦୁଅ ହୋଇଗଲାଣି । ମରାମତି ନେଇ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ସତ୍ତେ୍ୱ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ତରଭା ଅଞ୍ଚଳର ବିକାଶ ପାଇଁ ବର୍ଷେ ତଳେ ରେଳ ଚଳାଚଳ ଆରମ୍ଭ କରାଯାଇଥିଲା । ରେଳ ଷ୍ଟେସନକୁ ଯିବା ଆସିବା କରିବାକୁ ରାସ୍ତା କରାଗଲା । କିନ୍ତୁ ଅଫିସର ଓ ଠିକାଦାରଙ୍କ ମନମାନି ଯୋଗୁଁ ଅତି ନିମ୍ନମାନର କାମ ହୋଇଛି । ଫଳରେ ବର୍ଷକରେ ରାସ୍ତାର ହାଲ ବେହାଲ ହୋଇଛି । ଖାଲଖମା ଭର୍ତି ରାସ୍ତାରେ ଯିବା ଆସିବା କରିବା ପାଇଁ ଯାତ୍ରୀ ଭୟ କରୁଛନ୍ତି । ଖୁବଶୀଘ୍ର ମରାମତି ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ତୁରନ୍ତ ରାସ୍ତା ମରାମତି କରାନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe