କାଳ ହେଲା ବିଦ୍ୟୁତ୍ ତାର; ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର ଖଇରା ଥାନା ନୟାଖଣ୍ଡି ତୁରାଣୀପଦା ଲକ୍ଷ୍ମୀ ଵସଷ୍ଟାଣ୍ଡ ଠାରେ ଏହି ଅଘଟଣ ଘଟିଛି । ୧୧ କେଭି ବିତାର ସଂସ୍ପର୍ଶରେ ଆସି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

Electric Wire Death

କନକ ବ୍ୟୁରୋ : କାଳ ହେଲା ବିଦ୍ୟୁତ୍ ତାର । ୧୧ କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍କୁଲ ଛାତ୍ରଙ୍କ ଜୀବନ । ବାଲେଶ୍ୱର ଖଇରା ଥାନା ନୟାଖଣ୍ଡି ତୁରାଣୀପଦା ଲକ୍ଷ୍ମୀ ଵସଷ୍ଟାଣ୍ଡ ଠାରେ ଏହି ଅଘଟଣ ଘଟିଛି । ୧୧ କେଭି ବିତାର ସଂସ୍ପର୍ଶରେ ଆସି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

ମୃତ ଛାତ୍ର ହେଲେ ବିଜୟ କୁମାର ସାହୁ । ବିଜୟ ନିଜର ଦୁଇ ସାଙ୍ଗଙ୍କ ସହ ଲକ୍ଷ୍ମୀ ପୂଜା ବୁଲିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି । ୩ ଜଣ ମିଶି ଖଇରା ବଜାରରେ ଚାଲୁଥିବା ପୂଜାକୁ ଦେଖିବାକୁ ଯାଇଥିବା ବେଳେ ତୁରାଣୀପଦା ଵସ ଷ୍ଟାଣ୍ଡ ନିକଟରେ ଅଟକି ଥିଲେ । ମାତ୍ର ସେଠାରେ ଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଜୀବନ ଚାଲିଯାଇଥିଲା । ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗ ଓ ଖଇରା ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe