ଖବର ବାଜିଲା, ଚିଠି ବଦଳିଲା: ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋଜ ଆହୁଜା

Advertisment
puri

Photograph: (kanak news)

କନକ ବ୍ୟୁରୋ: ଖବର ବାଜିଲା, ଚିଠି ବଦଳିଲା। ପୂର୍ବ ଚିଠିକୁ ସଂଶୋଧନ କଲେ ରାଜ୍ୟ ସରକାର। ସଂଶୋଧନ ପରେ ମନୋଜ ଆହୁଜା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି। ପୂର୍ବ ଚିଠିରେ ଜି.ଏ କମିଟି ମନୋଜ ଆହୁଜାଙ୍କୁ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲା। ହେଲେ ଏନେଇ ଖବର ପ୍ରସାରଣ ପରେ ପ୍ରତିକ୍ରିୟାଶୀଳ ହୋଇଥିଲେ ସେବାୟତ। ନିୟମ ଅନୁସାରେ, ଗଜପତି ମହାରାଜ ପରିଚାଳନା କମିଟି ଅଧ୍ୟକ୍ଷ ରହିପାରିବେ। ତେବେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଯାହା ପରେ ଚିଠି ବଦଳାଇଛି ସାଧାରଣ ପ୍ରଶାସନ ବିଭାଗ। ସୂଚନା ଅନୁସାରେ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଶ୍ରୀମନ୍ଦିର ପ୍ରଶାସନର କାର୍ୟ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କାର୍ୟ୍ୟକାର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe