ସରକାରୀ ବ୍ୟବସ୍ଥାକୁ ଉପେକ୍ଷା କରୁଛି ଅସ୍ଥାୟୀ କାଠପୋଲ, ଭୋଟ ବର୍ଜନ ଚେତାବନୀ ପରେ ବି ଶୁଣିଲାନି ପ୍ରଶାସନ…

Advertisment

ନଜର ଦେଲେନି ନେତା, ନିଜ ଉଦ୍ୟମରେ ପୋଲ କରି ଖୋଲା ଚ୍ୟାଲେଞ୍ଜ ଦେଲେ ଗ୍ରାମବାସୀ...

ନଜର ଦେଲେନି ନେତା, ନିଜ ଉଦ୍ୟମରେ ପୋଲ କରି ଖୋଲା ଚ୍ୟାଲେଞ୍ଜ ଦେଲେ ଗ୍ରାମବାସୀ...

 'ଆଖି ଖୋଲି ଦେଖ ସରକାର'

'ଆଖି ଖୋଲି ଦେଖ ସରକାର' Photograph: (kanaknews)

କନକ ବ୍ୟୁରୋ: ସୁଗମ ହେବ ଗମନାଗମନ ବ୍ୟବସ୍ଥା । ଏଥିପାଇଁ ବଜେଟ୍‌ରେ ବ୍ୟୟ ବରାହ ହେଉଛି । କିନ୍ତୁ ସବୁ ଅଞ୍ଚଳବାସୀ ଏହାର ସୁଫଳ ପାଉନାହାନ୍ତି । ରାସ୍ତା ନଥିବାରୁ ନଦୀ ପାରି ହେବା ପାଇଁ ସଂଘର୍ଷ କରୁଛନ୍ତି । ପ୍ରଶାସନ ଉପରୁ ଲୋକଙ୍କ ଭରସା ତୁଟି ଯାଉଛି । ତେବେ ନିଜ ଉଦ୍ୟମରେ କାଠପୋଲ ତିଆରି କରିଛନ୍ତି ଅଞ୍ଚଳବାସୀ । ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ଆସିଛି ଏହି ଖବର। 

ସରକାରଙ୍କ ଉପରୁ ଭରସା ତୁଟାଇ ଗମନାଗମନ ପାଇଁ ଲାଗିପଡିଛନ୍ତି ଗ୍ରାମବାସୀ । ପୂର୍ବ ସରକାର କିଛି କଲେ ନାହିଁ । ୧୦ ଖଣ୍ଡ ଗାଁର ଭୋଟ ବର୍ଜନ ଚେତାବନୀ ପରେ ବି ଚେତିଲା ନାହିଁ ପ୍ରଶାସନ । ପୋଲଟିଏ କରିବା ଦିଗରେ କିଛି ପଦକ୍ଷେପ ନେଲେ ନାହିଁ । ତେଣୁ ନାକଟିଦେଉଳ ବ୍ଲକ ଟିକିରା ନଦୀରେ ଗ୍ରାମବାସୀ ନିଜ ଅର୍ଥ ଓ ଶ୍ରମଦାନରେ ଅସ୍ଥାୟୀ କାଠ ପୋଲଟିଏ ତିଆରି କରିଛନ୍ତି । ସାଲେଭଟା ପଞ୍ଚାୟତ ଓ ବାଟଗାଁ ପଞ୍ଚାୟତ ମଧ୍ୟରେ ରହିଛି ଟିକିରା ନଦୀ । ନଦୀ ଏପଟେ ଜୀବନ, ସେପଟେ ଜୀବିକା । ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ୍ ଓ ସାପ୍ତାହିକ ହାଟ ବଜାର ସବୁକିଛି । ପୋଲଟିଏ ପାଇଁ ବାରମ୍ବାର ଦାବି ହେଉଛି ।

୨୪ ବର୍ଷର ବିଜେଡି ସରକାର ଅମଳରେ ତ ହେଲା ନାହିଁ, ବର୍ତ୍ତମାନର ଡବଲ ଇଂଜିନ୍ ସରକାର ଏ ଦୃଶ୍ୟ ଦେଖିବା ପରେ ଚେତିବେ, ଏବଂ ଟିକିରା ନଦୀର କଣ୍ଢଳ- ଗଦାଧରପୁରଠାରେ ସ୍ଥାୟୀ ପୋଲଟିଏ ପାଇଁ ବ୍ୟବସ୍ଥା କରିବେ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି । ଆଦିବାସୀ ଅଧିଷ୍ୟୁତ ସାଲେଭଟା ପଞ୍ଚାୟତ କଣ୍ଢଳ ଗାଁ ନିକଟସ୍ଥ ଟିକିରା ନଦୀରେ ସେତୁ ନିର୍ମାଣ ଲାଗି ପୂର୍ବରୁ ଅର୍ଥ ମଞ୍ଜୁର ହୋଇଥିଲା । ସେହି ଅନୁଦାନକୁ ଚଞ୍ଚକତା କରି ହଡ଼ପ କରାଯାଇଥିବା ନେଇ ପ୍ରାୟ ବର୍ଷେ ତଳୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ସେ ଅଭିଯୋଗର ତଦନ୍ତ ହେଉନାହିଁ କି ୧୦ଟି ଗାଁର ଲୋକଙ୍କ ସମସ୍ୟାର ସମାଧାନ କରାଯାଉନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe