କନକ ବ୍ୟୁରୋ :  ମହାରାଷ୍ଟ୍ରରେ ଚାଞ୍ଚଲ୍ୟ, ଏନସିପି ଅଜିତ୍ ପାୱାର ଗୋଷ୍ଠୀ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ଶନିବାର ବିଳମ୍ବିତ ରାତିରେ ବ୍ରାନ୍ଦ୍ରା ଇଷ୍ଟରେ ପୁଅ ଜିଶାନ ସିଦ୍ଦିକଙ୍କ କାର୍ଯ୍ୟାଳୟରୁ ବାହାରୁଥିବା ବେଳେ ତାଙ୍କ ଉପରକୁ ଦୁବୃର୍ତ୍ତ ମାନେ ଅନେକ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡ ଘଟଣାରେ ୨ଜଣ ଗିରଫ ହୋଇଥିବା ବେଳେ ତୃତୀୟ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର ଶିବ କୁମାର । 

Advertisment

କେମିତି ହେଲା ଗୁଳିମାଡ଼ ? 
ରାତି ୯.୧୫ରୁ ୯.୨୦ ଭିତରେ ଅଫିସ୍‌ରୁ ବାହାରିଥିଲେ ବାବା ସିଦ୍ଦିକି
ଅଫିସ୍‌ ନିକଟରେ ବାଣ ଫୁଟାଉଥିବା ବେଳେ ହେଲା ଗୁଳିମାଡ଼
ବାଣ ଫୁଟାଉଥିବା ବେଳେ ହଠାତ୍ ତିନି ଜଣ ଗାଡ଼ିରୁ ଓହ୍ଲାଇଥିଲେ
ମୁହଁରେ ରୁମାଲ ବାନ୍ଧି ଆସିଥିଲେ ତିନି ଜଣ ଅଭିଯୁକ୍ତ
ବାବା ସିଦ୍ଦିକିଙ୍କ ଉପରକୁ ତିନି ରାଉଣ୍ଡ ଗୁଳିମାଡ଼ କରିଥିଲେ
ଛାତିରେ ଗୋଟିଏ ଓ ପେଟରେ ଦୁଇଟି ଗୁଳି ବାଜିଛି
ଗୁଳି ବାଜିବା ପରେ ସେହିଠାରେ ହିଁ ଟଳିପଡ଼ିଥିଲେ ବାବା ସିଦ୍ଦିକି
ତୁରନ୍ତ ବାବା ସିଦ୍ଦିକିଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତି କରାଯାଇଥିଲା
ସୂଚନା ମିଳିବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲା ପୋଲିସ
୨ ଜଣଙ୍କୁ ପୋଲିସ ଗିରଫ କରିଛି, ଜଣେ ଅଭିଯୁକ୍ତ ଫେରାର ଅଛି
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଉତ୍ତରପ୍ରଦେଶ ଓ ଅନ୍ୟ ଜଣେ ହରିୟାଣାର

ହତ୍ୟାକାଣ୍ଡ ପଛରେ ରହିଛି ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ । ସୋସିଆଲ ମିଡିଆରେ ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ବିଷ୍ଣୋୟୀ ଗ୍ୟାଙ୍ଗ । ଅଫିସ ଯିବା ସମୟରେ ସିଦ୍ଧିକିଙ୍କ ଉପରେ ୬ରାଉଣ୍ଡ ଫାୟାରିଂ ହୋଇଥିଲା । ଯେଉଁ ଦୁଇଜଣ ଅଭିଯୁକ୍ତ ଧରାପଡିଛନ୍ତି ସେମାନେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସଦସ୍ୟ । ସିଦ୍ଦିକିଙ୍କ ଲୋକେସନ ଓ ଗତିବିଧି ଉପରେ ଅନ୍ୟ କେହି ସୂଚନା ଦେଉଥିଲେ ଏହି ଗ୍ୟାଙ୍ଗକୁ । ପୋଲିସ ସନ୍ଦେହ କରୁଛି ଯେ ଆକ୍ରମଣକାରୀଙ୍କୁ ବାବା ସିଦ୍ଦିକିଙ୍କ ବିଷୟରେ ଅନ୍ୟ କେହି ସୂଚନା ଦେଉଛନ୍ତି । ପୋଲିସ ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ଆହୁରି କିଛି ଖୁଲାସା କରିଛି । ଅଭିଯୁକ୍ତ କହିଛି ଗତ ଏକ ମାସ ଧରି ବାନ୍ଦ୍ରା ଇଷ୍ଟରେ ସୁଟିଂ ସ୍ଥାନ ସମ୍ପର୍କରେ ସେ ରେକି କରୁଥିଲେ । କ୍ରାଇମବ୍ରାଞ୍ଚ ସହ ଜଡିତ ସୂତ୍ରରୁ ଏହା ମଧ୍ୟ କୁହାଯାଇଛି ଯେ ତିନି ଅଭିଯୁକ୍ତ ଅଟୋରିକ୍ସାରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଠାରେ ସେମାନେ ସିଦ୍ଦିକି ଅଫିସରୁ ବାହାରକୁ ଆସିବା ପାଇଁ ଅପେକ୍ଷା କରିଥିଲେ ଏବଂ ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହି ହତ୍ୟାକାଣ୍ଡକୁ ପୋଲିସ ବର୍ତ୍ତମାନ ଦୁଇଟି ଦିଗରୁ ଅନୁସନ୍ଧାନ କରୁଛି । ପ୍ରଥମତଃ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ଓ ଦ୍ବିତୀୟ ହେଉଛି ସିଦ୍ଦିକିଙ୍କ ବୈବସାୟିକ ଜଗତ