କନକ ବ୍ୟୁରୋ : ଭୁବନେଶ୍ବର ପାଣ୍ଡରା ଅଞ୍ଚଳର ଆଇନଜୀବୀ ଦୀପକ କୁମାର ସାହୁ । ଗତକାଲି ଦେହରେ ନିଆଁ ଲଗାଇ ଜଳି ଯାଇଥିଲେ । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଗତକାଲି ରାତିରେ ଗରମ ଲାଗିଥିବା କହି ଛାତ ଉପରକୁ ଯାଇଥିଲେ । ଦୀର୍ଘ ସମୟ ଧରି ନ ଆସିବାରୁ ଖାଇବା ପାଇଁ ଦୀପକଙ୍କୁ ଡାକିବାକୁ ଯାଇଥିଲେ ପତ୍ନୀ, ହେଲେ ସିଡି ଘର କବାଟ ବନ୍ଦ ଥିଲା । ପରେ ଚର୍ତୁଥ ମହଲା ଘରୁ ନିଆଁ ଓ ଧୁଆଁ ବାହାରୁ ଥିବା ଦେଖି ଚିତ୍କାର କରି ଅନ୍ୟ ମାନଙ୍କୁ ଡାକିଥିଲେ । ପଡିଶା ଘର ଛାତ ଦେଇ ଦୀପକଙ୍କୁ ଉଦ୍ଧାର କରାଗଲା, କିନ୍ତୁ ସେତେବଳେକୁ ଦୀପକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲେ ।
ମଞ୍ଚେଶ୍ୱର ଥାନା ପୁଲିସ ସହ ସାଇଣ୍ଟଫିକ୍ ଟିମ୍ ଦୀପକ ପୋଡ଼ି ହୋଇଥିବା ନିର୍ମାଣଧିନ ଚତୁର୍ଥ ମହଲାରେ ପହଞ୍ଚି ଛାନଭିନ୍ନ କରିଥିଲା । ଘଟଣା ସ୍ଥଳରୁ ପାଉଁଶ, ପୋଡ଼ା ଦ୍ରବ୍ୟର ନମୁନା ସଂଗ୍ରହ କରି ତଦନ୍ତକୁ ଆଗକୁ ବଢ଼ାଇଛି । ଦୀପକଙ୍କର ଦୁଇ ଦୁଇ ଥର ବ୍ରେନ୍ ଡେଡ୍ ହୋଇଥିଲା, ଯାହାକୁ ନେଇ ସେ ମାନସିକ ଅବସାଦରେ ଥିଲେ ବୋଲି କହିଛନ୍ତି ପଡ଼ୋଶୀ । ଅନ୍ୟପଟେ ଦୀପକ ପୋଡ଼ି ଯାଇଥିବା ସ୍ଥାନକୁ ଦେଖିଲେ ସନ୍ଦେହ ବଢ଼ୁଛି। ନିଆଁ ଲାଗିବା ପରେ ଏଣେ ତେଣେ ନଦୌଡ଼ି, କେମିତି ଗୋଟେ ସ୍ଥାନରେ ପଡ଼ି ରହିଲେ?
ତେବେ ଆଇନଜୀବୀଙ୍କ ଏଭଳି ନିଷ୍ପତି ପଛର କାରଣ କଣ? ଶାରୀରିକ ଅସୁସ୍ଥତା ନା ପାରିବାରିକ କଳହ? ନିଆଁ ଲାଗିଲା ପରେ, କେମିତି ଗୋଟିଏ ସ୍ଥାନରେ ପଡ଼ି ରହିଲେ ଦୀପକ? ଏ ସମସ୍ତ ପ୍ରଶ୍ନ ଘଟଣାକୁ ନେଇ ସନ୍ଦେହ ବଢ଼ାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/29/25-2025-08-29-19-35-16.jpg)