କନକ ବ୍ୟୁରୋ: ସକାଳେ ଆରମ୍ଭ ହେବ ବଳଙ୍ଗା ପୀଡ଼ିତାଙ୍କ ଅନ୍ତିମ ସଂସ୍କାରରର କାର୍ୟ୍ୟ । ଆଜି ପରିବାରର ଲୋକଙ୍କ ନିଷ୍ପତ୍ତି ପରେ ଜଣା ପଡ଼ିବ ସମୟ । ଗାଁରେ ପାର୍ଥିବ ଶରୀରର ପହଞ୍ଚିବା ପରେ ପରିବାର ସମ୍ପର୍କୀୟ କରୁଛନ୍ତି ଶେଷ ଦର୍ଶନ । ପୂରା ଗାଁରେ ଶୋକର ଛାୟା । ପରିବାର ଲୋକଙ୍କ ଆଖିରେ ଲୁହ । ପୀଡ଼ିତାଙ୍କ ପାଖରେ ପହଞ୍ଚିଛନ୍ତି ସ୍ଥାନୀୟ ନେତା । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଜଣାଇଲେ ସମବେଦନା । 

Advertisment

ଆଜି ରାତି ୧୦.୪୫ରେ ଭୁବନେଶ୍ବରରେ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ପହଞ୍ଚିଥିଲା । ଦିଲ୍ଲୀରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ମରଶରୀର । ସେଠାରୁ ପୀଡ଼ିତାଙ୍କ ମୃତଦେହ କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାପ୍ରୟାଣ ଗାଡ଼ିରେ ତାଙ୍କ ଜନ୍ମଭୂମିକୁ ଆସିଥିଲା । ପରିସ୍ଥିତି ଚାପା ଉତ୍ତେଜନା ଥିବାରୁ କମିସନରେଟ ପୁଲିସ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ପହଞ୍ଚିଥିଲେ ।