କନକବ୍ୟୁରୋ : ସୁନ୍ଦରଗଡ଼ ବଡ଼ଗାଁ ଥାନା ବିଜୁ ଏକପ୍ରେସ  ଭୋଇପାଲି ନିକଟରେ ଦୁର୍ଘଟଣା । ଯାତ୍ରା ଦେଖି ଯିବା ହେଲା ଜୀବନର ଶେଷ ଯାତ୍ରା । ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ଭୋର ପ୍ରାୟ ୩ଟା ସମୟରେ ଏଭଳି ଦୁର୍ଘଟଣା ଘଟିଛି  ।  ୩ ଜଣ ଯୁବକ ଫେରିବା ସମୟରେ ବାଇକ୍‌ ଟି ଏକ ଟ୍ରାକ୍ଟର ପଛରେ ପିଟି ହୋଇଯାଇଥିଲା ।  ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି ।  ମୃତକ ହେଲେ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ, ଠନସୁନ୍ଦର ସା ଓ ଚନ୍ଦନ ଲୁହାର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି ।