କନକ ବ୍ୟୁରୋ : ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଅଡେଣିଗଡ଼ ନିକଟରେ ନିର୍ମାଣାଧୀନ ଦୀର୍ଘତମ ଟନେଲ । ଏହି ଟନେଲ ଭୁଶୁଡ଼ିବା କାରଣରୁ ସୃଷ୍ଟି ହୋଇଛି ୩୦ମିଟରର ବିଶାଳକାୟ ଗର୍ତ୍ତ । ନିମ୍ନମାନର କାମ ଯୋଗୁଁ ଭୁଶୁଡ଼ି  ପଡ଼ିଛି ୪ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ ।  ଘଟଣାସ୍ଥଳରେ ପହଞ୍ଚିଛି ଓଡ୍ରାଫ ଟିମ୍ । ପୂର୍ବରୁ ଅଗ୍ନିଶମ ବାହିନୀ ଓ ପୁଲିସ ମଧ୍ୟ ଉକ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । 

Advertisment

ଅଗ୍ନିଶମ ଅଧିକାରୀଙ୍କ କହିବା ଅନୁଯାୟୀ, ଭିତରେ ମାଟି ଧସିବା ସହ ୫୦ ଫୁଟ ପାଣି ଜମି ରହିଛି । କୌଣସି ପ୍ରତିକ୍ରିୟା ଦେବାକୁ ଠିକା ସଂସ୍ଥା ମନା କରୁଥିବା ବେଳେ ରେଳୱେ ପକ୍ଷରୁ ଟନେଲ ଭିତରେ କୌଣସି ଶ୍ରମିକ ଫସିନଥିବା ସ୍ପଷ୍ଟ କରାଯାଇଛି । ତେବେ ନିର୍ମାଣାଧୀନ ଅବସ୍ଥାରେ କାହିଁକି ଟନେଲ ଭୁଶୁଡିଲା ତାହାର ତଦନ୍ତ ହୋଇପାରେ । ଏପରିକି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ।