Photograph: (kanaknews)
କନକବ୍ୟୁରୋ : ପାର୍ବତ୍ୟ ରାଜ୍ୟ ଉତ୍ତରାଖଣ୍ଡରେ ମଙ୍ଗଳବାର ଦିନ ସକାଳୁ ସକାଳୁ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ରିପୋର୍ଟ ଅନୁସାରେ, ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ସକାଳୁ ସକାଳୁ ଭୂମିକମ୍ପର ଝଟକା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଦେଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ବାଗେଶ୍ୱର ଜିଲ୍ଲାରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଛି ।
ଦାଢ଼ି ରଖି ହିଜବୁଲ୍ଲା ସୈତାନଙ୍କୁ ଦେଇଥିଲେ ଚକମା ; ଜନ୍ମ ଦିନରେ ମନେପଡ଼ନ୍ତି ସେହି ବୀର ଯବାନ
ସକାଳ ୭ଟା ୨୫ ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ତଳେ ଅବସ୍ଥିତ ଥିଲା । ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳି ନାହିଁ । ପୂର୍ବରୁ ସୋମବାର ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ସନ୍ଧ୍ୟା ୬ଟା ୨୫ ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଭୂଗର୍ଭର ୯୦ କିଲୋମିଟର ତଳେ ଥିଲା । ସୋମବାର ସକାଳ ୮ଟା ୪୮ ରେ ଆଫଗାନିସ୍ତାନରେ ମଧ୍ୟ ୪.୨ ତୀବ୍ରତାଯୁକ୍ତ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା , ଯାହାର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦ କିଲୋମିଟର ତଳେ ଥିଲା ।
Follow Us