ଦକ୍ଷିଣରୁ ପଶ୍ଚିମ ସବୁଠି ଫାଟି ଆଁ କଲାଣି ଜମି, ଶୁଖିଲାଣି ଧାନଗଛ, ଚାଷଜମିରେ ଚରିଲେଣି ଗାଈ ଗୋରୁ

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ମରୁଡ଼ିର ପଦଧ୍ବନି। ଏବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଚାଷବାସ ଅବସ୍ଥା ସଙ୍ଗୀନ। ମାତ୍ର ୧୦ ପ୍ରତିଶତ ଜଳସେଚିତ ଜମିକୁ ଛାଡିଦେଲେ ସବୁ ଜମିରେ ସ୍ଥିତି ସମାନ। ମାଟି ଫାଟି ଆଁ କରିଛି। ଧାନ ଗଛ ଗୁଡିକ ଜଳି ପୋଡ଼ିଗଲାଣି। କେଉଁଠି ଗଛ ଥିଲେ ବି ଧାନ ନାହିଁ। ବର୍ଷାର ଲୁଚକାଳି ଖେଳ ଯୋଗୁଁ ମଉଳି ଯାଇଛି ଚାଷୀର ଆଶା। ସୁନ୍ଦରଗଡ଼ ଜିଲ୍ଲାକୁ ମରୁଡ଼ି ପ୍ରବଣ ଜିଲ୍ଲା ଭାବେ ଘୋଷଣା କରିବାକୁ ଚାଷୀମାନେ ଦାବି କରିଛନ୍ତି। ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି, ରିପୋର୍ଟ ଦାଖଲ ପରେ ତର୍ଜମା କରି ମରୁଡ଼ି ଘୋଷଣା କରାଯିବ ।

\^Z^\4^\\_4

କନକ ବ୍ୟୁରୋ : ଧାନ ତଳି ପୋଡ଼ି ଗଲାଣି, ଜମି ଫାଟି ଆଁ କରିଛି। ଜମିରେ ଚରୁଛନ୍ତି ଗୋରୁ ଗାଈ। ନିଜ ଚାଷ ଜମିର ଏଭଳି ଅବସ୍ଥା ଦେଖି କାନ୍ଦୁଛି ଚାଷୀ। ରାୟଗଡ଼ା ଜିଲ୍ଲା ସିଲ୍ଟିଗୁଡ଼ା ଡ୍ୟାମ୍ ନିକଟରେ ଥିବା କୁଲଜିଙ୍ଗ ଗାଁର । ଡ୍ୟାମରେ ପାଣି ଅଛି କିନ୍ତୁ ଚାଷ ଜମିକୁ ଜଳସେଚିତ ହୋଇପାରୁନି। ଚାଷ ଜମିକୁ ଜଳସେଚନ ପାଇଁ ୧୯୮୯-୯୦ରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିଲା ସିଲ୍ଟିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ପ୍ରାୟ ୧୨ଶହ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରହିଥିଲା। କିନ୍ତୁ ପ୍ରକଳ୍ପ ଜଳଧାରଣ କ୍ଷମତା ହରାଇଥିବାରୁ ତଳ ମୁଣ୍ଡରେ ଥିବା ପ୍ରାୟ ୯ଶହ ହେକ୍ଟର ଜମିକୁ ପାଣି ମାଡ଼ି ପାରୁନାହିଁ । ପଡ଼ିଆ ପଡିଛି ଚାଷ ଜମି। ବିପଦରେ ବହୁ କୃଷକ ପରିବାରଙ୍କ ଜୀବନ ଜୀବିକା। ଚଳିତବର୍ଷ ନିଅଣ୍ଟିଆ ବର୍ଷା, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ସାହୁକାର, ବ୍ୟାଙ୍କ ଓ ଲ୍ୟାମ୍ପରୁ ରୁଣ ଓ ଧାର କରଜ କରି ଟଙ୍କା ଆଣିଥିବା ଚାଷୀ କେମିତି ଶୁଝିବ, ତାକୁ ନେଇ ଚିନ୍ତାରେ। 

ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ମରୁଡ଼ିର ପଦଧ୍ବନି। ଏବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଚାଷବାସ ଅବସ୍ଥା ସଙ୍ଗୀନ। ମାତ୍ର ୧୦ ପ୍ରତିଶତ ଜଳସେଚିତ ଜମିକୁ ଛାଡିଦେଲେ ସବୁ ଜମିରେ ସ୍ଥିତି ସମାନ। ମାଟି ଫାଟି ଆଁ କରିଛି। ଧାନ ଗଛ ଗୁଡିକ ଜଳି ପୋଡ଼ିଗଲାଣି। କେଉଁଠି ଗଛ ଥିଲେ ବି ଧାନ ନାହିଁ। ବର୍ଷାର ଲୁଚକାଳି ଖେଳ ଯୋଗୁଁ ମଉଳି ଯାଇଛି ଚାଷୀର ଆଶା। ସୁନ୍ଦରଗଡ଼ ଜିଲ୍ଲାକୁ ମରୁଡ଼ି ପ୍ରବଣ ଜିଲ୍ଲା ଭାବେ ଘୋଷଣା କରିବାକୁ ଚାଷୀମାନେ ଦାବି କରିଛନ୍ତି। ସେପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି, ରିପୋର୍ଟ ଦାଖଲ ପରେ ତର୍ଜମା କରି ମରୁଡ଼ି ଘୋଷଣା କରାଯିବ ।

 ମରୁଡ଼ି ମାଡ଼ରେ ଅଣ୍ଟା ଭାଙ୍ଗିଥିବା ଚାଷୀ କରିବେ କଣ? ସରକାର କେବେ ଦେବେ କ୍ଷତିପୂରଣ ଏବଂ କେମିତି ରୁଣ ଶୁଝିବେ ଚାଷୀ, ସେହି ଅପେକ୍ଷାରେ ଶହ ଶହ ଚାଷୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe