କନକ ବ୍ୟୁରୋ : ବଦଳୁଛି ରୁଷର ସ୍ବର। ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ବଡ ବୟାନ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯଦି ୨୦୨୦ ମସିହାରେ ଟ୍ରମ୍ପ ନିର୍ବାଚନ ଜିତିଥାନ୍ତେ ତେବେ ହୁଏତ ଯୁଦ୍ଧ ହୋଇନଥାନ୍ତା। ଗଣମାଧ୍ୟର ପ୍ରଶ୍ନର ଉତର ଦେଇ ପୁଟିନ କହିଥିଲେ ବର୍ତ୍ତମାନ ଯୁଦ୍ଧକୁ ନେଇ ସାରା ବିଶ୍ବ ଚିନ୍ତାରେ। ୟୁକ୍ରେନ ସହ ରୁଷର ଯୁଦ୍ଧ ଚାଲିଛି। ଯଦି ଆମେରିକା ନିର୍ବାଚନ ୨୦୨୦ରେ ବାଇଡେନଙ୍କ ସ୍ଥାନରେ ଟ୍ରମ୍ପ ଜିତିଥାନ୍ତେ ତେବେ ହୁଏତ ଯୁଦ୍ଧ ସମସ୍ୟା ଉପଜିନଥାନ୍ତା। ଏଥିସହ ଡୋନାଲ୍ଟ ଟ୍ରମ୍ପଙ୍କୁ ପ୍ରଶଂସା କରିଛନ୍ତି ରୁଷ ରାଷ୍ଟ୍ରପତି। ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଜଣେ ବୁଦ୍ଧି ଓ କ୍ଷମତା ସମ୍ପନ୍ନ ରାଷ୍ଟ୍ରପତି କହିଛନ୍ତି ପୁଟିନ। ଅନ୍ୟପଟେ ଯୁଦ୍ଧ ମଇଦାନରୁ ମଧ୍ୟ ବଡ ଖବର ଆସିପାରେ। ଯୁଦ୍ଧ ବନ୍ଧ କରିବାକୁ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ଖୁବ ଶୀଘ୍ର ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆକ୍ସନ ମୋଡରେ ଅଛନ୍ତି। ଏଥିପାଇଁ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତୁରନ୍ତ ଆଲୋଚନା କରିବାକୁ ମଧ୍ୟ କହିଛନ୍ତି।
ପୁଟିନ-ଟ୍ରମ୍ପଙ୍କ ଭେଟଘାଟକୁ ଅପେକ୍ଷା
-ଭୟଙ୍କର ଯୁଦ୍ଧ’ ଶେଷ କରିବା ପାଇଁ ରୁଷିଆକୁ ୟୁକ୍ରେନ ସହିତ ଏକ ଆପୋଷ ସମାଧାନ କରିବା ଉଚିତ
-ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଟ୍ରମ୍ପ
-ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆଲୋଚନା ସମ୍ବନ୍ଧିତ ଚୁକ୍ତି ହୋଇପାରେ
-ଯୁଦ୍ଧଭୂମିରେ ଲକ୍ଷ ଲକ୍ଷ ପ୍ରାଣହାନି ନେଇ ଚିନ୍ତାରେ ଟ୍ରମ୍ପ
-ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ସମାଧାନ ଉପରେ ଆମେରିକାର ଗୁରୁତ୍ବ