କନକ ବ୍ୟୁରୋ : ଦଶନ୍ଧି ମଧ୍ୟରେ ସ୍ପେନ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି । ଏହି ବନ୍ୟାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ନିଖୋଜ ଲୋକଙ୍କୁ ଖୋଜାଖୋଜି କରାଯାଉଛି । ବର୍ତ୍ତମାନ ବନ୍ୟା ପ୍ରଭାବିତ ଲୋକଙ୍କ କ୍ରୋଧ ମଧ୍ୟ ସରକାରଙ୍କ ଉପରେ ବଢିବାରେ ଲାଗିଛି । ସ୍ପେନର ରାଜା ଫେଲିପ ଏବଂ ରାଣୀ ଲେଟିଜିଆ ବନ୍ୟା ପ୍ରଭାବିତ ସହର ପାପୋରାଟା ପରିଦର୍ଶନ କରିଛନ୍ତି । ଏଠାରେ ତାଙ୍କୁ ଲୋକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା । ଲୋକମାନେ ରାଜା ଓ ରାଣୀଙ୍କ ଉପରେ କାଦୁଅ ଫିଙ୍ଗିଥିଲେ । ବିରୋଧ କରି ସ୍ଲୋଗାନ ବି ଦେଇଥିଲେ । ଯେତେବେଳେ ରାଜ ଏବଂ ତାଙ୍କର ପ୍ରତିନିଧୀ ପାପୋରଟା ସହର ଦେଇ ଯିବା ଆରମ୍ଭ କଲେ, ବନ୍ୟା ପ୍ରଭାବିତ ଲୋକମାନେ ମଧ୍ୟ ରାଜାଙ୍କ ବିରୋଧରେ ‘ହତ୍ୟାକାରୀ’ ଏବଂ ‘ଲଜ୍ଜା କରି’ କହି ସ୍ଲୋଗାନ ଦେଇଥିଲେ । 

Advertisment

ତେବେ ଏହି ସମୟରେ ରାଜା ଓ ରାଣୀ ଲୋକମାନଙ୍କୁ ଭେଟି ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ । ରାଜା ମଧ୍ୟ ଅନେକ ଲୋକଙ୍କୁ ଆଲିଙ୍ଗନ କଲେ । ରାଜା ଏବଂ ରାଣୀଙ୍କ ସହିତ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଏବଂ ଭାଲେନ୍ସିଆ ସଂସଦର ମୁଖ୍ୟ କାର୍ଲୋସ ମାଜୋନ ଥିଲେ । କିନ୍ତୁ ଏମାନଙ୍କୁ ଦେଖଇବା ପରେ ବି ଜନତାଙ୍କ କ୍ରୋଧ କମିଲା ନାହିଁ । ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା । ସ୍ପେନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଏମ ସାଞ୍ଚେଜଙ୍କୁ ଅନେକ ଜିନିଷ ଉପରେ ଆକ୍ରମଣ କରାଯାଇଥିଲା । ବିବିସି ଅନୁଯାୟୀ, ପିଏମ ସାଞ୍ଚେଜଙ୍କ କାରରେ ମଧ୍ୟ ପଥର ମାଡ ହୋଇଛି । ପରେ ସ୍ପେନ ପୋଲିସ କ୍ରୋଧିତ ଜନତାଙ୍କୁ ବଳ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲା । 

ସୂଚନା ଅନୁଯାୟୀ, ବନ୍ୟା ପ୍ରଭାବିତ ଭାଲେନ୍ସିଆ ପ୍ରଦେଶର ଚିଭା ସହରକୁ ରାଜା ଏବଂ ରାଣୀଙ୍କୁ ମଧ୍ୟ ଯିବାକୁ ପଡିଲା । କିନ୍ତୁ କ୍ରୋଧିତ ଭିଡ଼ ଯୋଗୁଁ ଏହି ଯାତ୍ରା ବାତିଲ କରିବାକୁ ପଡିଲା । କର୍ତ୍ତୃପକ୍ଷଙ୍କ ବନ୍ୟା ପରିସ୍ଥିତି ସତର୍କତା ସତ୍ତ୍ୱେ ପର୍ଯ୍ୟାପ୍ତ ସହାୟତା ଅଭାବରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବନ୍ୟା ପରିସ୍ଥିତି ଯୋଗୁଁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଜରୁରୀକାଳୀନ କର୍ମଚାରୀମାନେ ଲୋକଙ୍କୁ ଉଦ୍ଧାର କରିବାରେ ବ୍ୟସ୍ତ ଅଛନ୍ତି । ଅଣ୍ଡରଗ୍ରାଉଣ୍ଡ ପାର୍କିଂ ଏବଂ ଟନେଲରେ ଲୋକଙ୍କ ମୃତଦେହ ମିଳିଛି ।