ମନ୍ତ୍ରୀଙ୍କ ଜିଲ୍ଲାରେ ତୁଟୁନି କଟନି ଛଟନି ବିବାଦ । ମନ୍ତ୍ରୀ-ଅଫିସର କଳି, ସନ୍ତୁଳି ହେଉଛନ୍ତି ଚାଷୀ

Advertisment

କଟନି ଛଟନି ପ୍ରସଙ୍ଗରେ ଅଫିସର ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି । ମିଲରଙ୍କ ସହ ଅସାଧୁ ସମ୍ପର୍କ ଯୋଗୁଁ ମଣ୍ଡିରେ କଟନିଛଟନି ହେଉଛି ଏବଂ ଏହି ପ୍ରସଙ୍ଗରେ ମୁଣ୍ଡ ନପୁରାଇବାକୁ ଅଫିସର ମନ୍ତ୍ରୀଙ୍କୁ କହିବା ପରେ ଢ଼େଙ୍କାନାଳ ଜିଲ୍ଲାରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍।

କଟନି ଛଟନି ପ୍ରସଙ୍ଗରେ ଅଫିସର ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି । ମିଲରଙ୍କ ସହ ଅସାଧୁ ସମ୍ପର୍କ ଯୋଗୁଁ ମଣ୍ଡିରେ କଟନିଛଟନି ହେଉଛି ଏବଂ ଏହି ପ୍ରସଙ୍ଗରେ ମୁଣ୍ଡ ନପୁରାଇବାକୁ ଅଫିସର ମନ୍ତ୍ରୀଙ୍କୁ କହିବା ପରେ ଢ଼େଙ୍କାନାଳ ଜିଲ୍ଲାରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍।

ମନ୍ତ୍ରୀଙ୍କ ଜିଲ୍ଲାରେ ତୁଟୁନି କଟନି ଛଟନି ବିବାଦ

ମନ୍ତ୍ରୀଙ୍କ ଜିଲ୍ଲାରେ ତୁଟୁନି କଟନି ଛଟନି ବିବାଦ Photograph: (KanakNews )

କନକ ବ୍ୟୁରୋ: କଟନି ଛଟନି ପ୍ରସଙ୍ଗରେ ଅଫିସର ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି । ମିଲରଙ୍କ ସହ ଅସାଧୁ ସମ୍ପର୍କ ଯୋଗୁଁ ମଣ୍ଡିରେ କଟନିଛଟନି ହେଉଛି ଏବଂ ଏହି ପ୍ରସଙ୍ଗରେ ମୁଣ୍ଡ ନପୁରାଇବାକୁ ଅଫିସର ମନ୍ତ୍ରୀଙ୍କୁ କହିବା ପରେ ଢ଼େଙ୍କାନାଳ ଜିଲ୍ଲାରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍। 

  • ମନ୍ତ୍ରୀଙ୍କ ଜିଲ୍ଲାରେ ତୁଟୁନି କଟନି ଛଟନି ବିବାଦ  
  • ମନ୍ତ୍ରୀ-ଅଫିସର କଳି, ସନ୍ତୁଳି ହେଉଛନ୍ତି ଚାଷୀ

ଢ଼େଙ୍କାନାଳ ଜିଲ୍ଳା କାମାକ୍ଷାନଗର ଚାଷୀଙ୍କ ଘର ଭିତରେ ଗଦା ହୋଇଛି ଧାନ। ଚାଷୀଙ୍କ କହିବା ଅନୁସାରେ ଜିଲ୍ଲାରେ ମଣ୍ଡି ବନ୍ଦ ଥିବାରୁ ସେମାନେ ବାଧ୍ୟ ହୋଇ ଘରେ ଧାନ ଜମା କରି ରଖିଛନ୍ତି। ବିକ୍ରି କରିବାକୁ ଚାହିଁଲେ ବି ବାଟ ପାଉନାହାନ୍ତି। ତେବେ ଅନ୍ୟପଟେ କିନ୍ତୁ କାମାକ୍ଷାନଗରର କୃଷି ସମବାୟ ସମିତି ପୂରା ଅଞ୍ଚଳ ଖାଁ ଖାଁ। ନାଁ ଧାନ ଅଛି ନା ଚାଷୀ। ମଣ୍ଡିରୁ ଧାନ ଉଠିବା ପାଇଁ ଟାର୍ଗେଟ ଥିଲେ ବି କାହାର ଦେଖାନାହିଁ। ଆଉ ଏହାରି ଭିତରେ ସମବାୟ ସମିତି ସମ୍ପାଦକ ମଧ୍ୟ ମଣ୍ଡିରୁ ଧାନ ନ ଉଠିବା କଥାକୁ ସ୍ବୀକାର କରିଛନ୍ତି। 

ସୂଚନା ଅନୁସାରେ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନଙ୍କ ମଧ୍ୟରେ କଟନୀ ଛଟନୀକୁ ନେଇ ବିବାଦ ଯୋଗୁଁ ମଣ୍ଡି ବନ୍ଦ ରହିଛି। ମଣ୍ଡିରେ କଟନୀଛଟନୀ ହେଉ ବୋଲି କୁଆଡେ ଅଧିକାରୀ ଚାହୁଁଥିବାବେଳେ ବିରୋଧ କରିଥିଲେ ମନ୍ତ୍ରୀ। ଆଉ ସେହି ବିବାଦ ଯୋଗୁଁ ମଣ୍ଡିକୁ ମିଲର ଆସୁନାହାନ୍ତି କି ଧାନ ଉଠୁନି। ଯାହାଫଳରେ ଧାନ ବିକ୍ରି କରିନପାରି ହନ୍ତସନ୍ତ ହେଉଛନ୍ତି ଚାଷୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe