କନକ ବ୍ୟୁରୋ :  ମୈସୁର ନଗର ଉନ୍ନୟନ ପ୍ରାଧିକରଣ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଆଶ୍ୱସ୍ତି ପ୍ରଦାନ କରିନାହାଁନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି । ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ଆବେଦନରେ ଦର୍ଶାଯାଇଥିବା ତଥ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୨ରେ ମାମଲାର ଶୁଣାଣି ଶେଷ କରିବା ପରେ ହାଇକୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଏହି ଆବେଦନରେ ସିଦ୍ଧରମୈୟା ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ ବା ମୁଦା ମାମଲାରେ ତାଙ୍କ ବିରୋଧରେ ତଦନ୍ତ ପାଇଁ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ ଦେଇଥିବା ଅନୁମୋଦନକୁ ଚ୍ୟାଲେଞ୍ଜ କରିଥିଲେ ।

Advertisment

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କର ଏକ ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ବିଜେପି ଏବେ ତାଙ୍କର ଇସ୍ତଫା ‌ଦାବି କରିଛି । ବିଜେପିର କର୍ଣ୍ଣାଟକ ୟୁନିଟ୍ ଏକ ପୋଷ୍ଟ କରି ଦାବି କରିଛି । ସେପଟେ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଘଟଣାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । କର୍ଣ୍ଣାଟକ ସରକାରଙ୍କ କାମକୁ ବିଜେପି ସହିପାରୁନି ଓ ଷଡଯନ୍ତ୍ର କରୁଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । କଂଗ୍ରେସର କର୍ଣ୍ଣାଟକ ୟୁନିଟ୍ କହିଛି ଯେ ଅନ୍ୟାୟ ବିରୋଧରେ ଏହି ଲଢ଼େଇ ଜାରି ରହିବ ଏବଂ ସରକାରଙ୍କୁ ଅସ୍ଥିର କରିବା ପାଇଁ ରାଜ୍ୟପାଳଙ୍କ ଉଦ୍ୟମ କିମ୍ବା ବିଜେପିର ଷଡଯନ୍ତ୍ର କାମ ଦେବ ‌ନାହିଁ ।

ଏବେ ପ୍ରଶ୍ନ ଉଠୁଛି ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିବା ପରେ ଏବେ କ’ଣ କରିବେ ମୁଖ୍ୟମନ୍ତ୍ରୀ?
ବୁଧବାର ଡବଲ ବେଞ୍ଚରେ ଆବେଦନ କରିପାରିବେ
ମୁଖ୍ୟମନ୍ତ୍ରୀ ଡବଲ ବେଞ୍ଚରେ ମଧ୍ୟ ଅପିଲ କରିପାରିବେ
କୋର୍ଟ ଆବେଦନ ଗ୍ରହଣ ହେଲେ ସିଦ୍ଦରମୈୟାଙ୍କୁ ଆଶ୍ୱସ୍ତି 
ସୁପ୍ରିମକୋର୍ଟରେ ଆବେଦନ କରିପାରିବେ

ଘଟଣାକୁ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ଏକଥା ସ୍ପଷ୍ଟ କରିଛନ୍ତି ଯେ କୌଣସି ପରିସ୍ଥିତିରେ ସିଦ୍ଧରମୈୟା ଇସ୍ତଫା ଦେବେନି ।ସୂଚନା ଅନୁସାରେ ।ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ୍‌ ପୂର୍ବରୁ ସିଦ୍ଧରମୟାଙ୍କ ପତ୍ନୀ ପାର୍ବତୀ ସିଦ୍ଧରମୟାଙ୍କୁ ଏମ୍‌ୟୁଡିଏ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମିକୁ କେନ୍ଦ୍ର କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ପତ୍ନୀ ପାର୍ବତୀଙ୍କୁ ଦିଆଯାଇଥିବା ଜମିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ।ତା’ପରେ ତାହାକୁ ସିଦ୍ଧରମୟା ତାହାକୁ ଚ୍ୟାଲେଞ୍ଜ୍‌ କରିଥିଲେ। ସେହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ରାଜ୍ୟପାଳ ସ୍ବାଧୀନ ଭାବେ ନିଷ୍ପତ୍ତି ନେଇପାରିବେ।