କନକ ବ୍ୟୁରୋ: ଲୋକଙ୍କ ଡୋର ଷ୍ଟେପରେ ପହଞ୍ଚିବ ନ୍ୟାୟ ବ୍ୟବସ୍ଥା । ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ।
ଲୋକଙ୍କ ପାଖରେ ପହଞ୍ଚିବ ନ୍ୟାୟ । ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟଳୟ ଆରମ୍ଭ କରିବେ ସରକାର । ଛୁଟି ଗ୍ରାମ୍ୟ ନ୍ୟାୟଳୟ ଆରମ୍ଭ ପାଈଁ ଅନୁମତି ଦିଆଯାଇଛି । ତାପରେ ସମସ୍ତ ବ୍ଲକରେ ଖୋଲିବ ଗ୍ରାମ୍ୟ ନ୍ୟାୟାଳୟ । ଏଥିରେ ମଧ୍ୟସ୍ଥତା ମାଧ୍ୟମରେ ମାମଲା ସମାଧାନ କରାଯିବ । ଗ୍ରାମ୍ୟ ନ୍ୟାୟଳୟ ଖୋଲିଲେ ମାମଲା ସଂଖ୍ୟା କମିବ । ଆଇନ ବ୍ୟବସ୍ଥା ଉପରେ ଚାପ ବି କମିବ । ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଈ ପାରିବ । ଭାରତୀୟ ନ୍ୟାୟ ସଂହିତା ଜାଗୃତି କରଣ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।