କନକ ବ୍ୟୁରୋ : ପୁଣି ଘୁଞ୍ଚିଲା ସ୍ପେଶ୍‌ ଏକ୍ସର ଅକ୍ସିଅମ୍‌-୪ ମିସନ୍ । ଖରାପ ପାଗ ଯୋଗୁଁ ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହକାଶ ଯାତ୍ରା । ଆଜି ହେବାକୁ ଥିବା ଉଡାଣ କାର୍ଯ୍ୟକ୍ରମ ଆଉ ଗୋଟିଏ ଦିନ ଘୁଞ୍ଚିଛି । ଜୁନ୍ ୧୧ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ପରବର୍ତ୍ତୀ ଉଡ଼ାଣ ଧାର୍ଯ୍ୟ କରାଯାଇଛି । ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳା । ଶୁଭାଂଶୁ ଅନ୍ୟ ୩ କ୍ରୁ ମେମ୍ବରଙ୍କ ସହ ମହାକାଶ ଯାତ୍ରାରେ ଯିବାକୁ ପ୍ରସ୍ତୁତ ଅଛନ୍ତି । 

Advertisment

ତେବେ ଖରାପ ପାଣିପାଗ ପାଇଁ ଉଡାଣ ଭରିପାରୁନି ସ୍ପେଶ୍‌ ଏକ୍ସର ଡ୍ରାଗନ୍ କ୍ୟାପସୁଲ୍ । ତୃତୀୟ ଥର ପାଇଁ ଉଡାଣକୁ ଘୁଞ୍ଚାଯାଇଛି । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଆଇଏସ୍‌ଏସ୍ ଅଭିମୁଖେ ଐତିହାସିକ ଅକ୍ସିଅମ-୪ ମିସନ୍‌ରେ ଯିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସାରିଛନ୍ତି । ଆସନ୍ତାକାଲି ନାସାର କେନେଡି ସ୍ପେସ ସେଣ୍ଟରରୁ ସ୍ପେସ୍‌ଏକ୍ସର ଫାଲକନ-୯ ରକେଟ୍‌ ଓ ଡ୍ରାଗନ ସ୍ପେସକ୍ରାଫ୍ଟରେ ଏହି ମିସନ ଉଡ଼ାଣ ଭରିବ । ଶୁକ୍ଲା ଏହି ମିସନର ପାଇଲଟ ଭାବେ ଦାୟିତ୍ୱ ନେବେ ଏବଂ ଏହା ହେଉଛି ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ପରେ ଭାରତର ଦ୍ୱିତୀୟ ମହାକାଶ ଯାତ୍ରା । ଶୁଭାଂଶୁ ସ୍ପେସଏକ୍ସ ଟିମ୍ ସହ ପୂର୍ଣ୍ଣାଙ୍ଗ ଲଞ୍ଚ ରିହର୍ସାଲ ସଫଳତାର ସହ ସମ୍ପନ୍ନ କରିଛନ୍ତି, ଯେଉଁଥିରେ ଫାଲକନ-୯ର ଷ୍ଟାଟିକ ଫାୟାର ଟେଷ୍ଟ ମଧ୍ୟ ଥିଲା ।