ଜାନୁଆରୀରେ ଅନୁଷ୍ଠିତ ହେବ ଜଗନ୍ନାଥ ଚେତନା ମହୋତ୍ସବ । ସାରା ବିଶ୍ୱରୁ ଯୋଗଦେବେ ୫୦୦  ପ୍ରତିନିଧି

Advertisment

ଏହି କାର୍ଯ୍ୟକ୍ରମରେ ପୂଜ୍ୟ ମାଧବାନନ୍ଦଜୀ ସରସ୍ୱତୀ, ପୂଜ୍ୟ ପ୍ରଜ୍ଞାନାନନ୍ଦ ସରସ୍ୱତୀ, ପୂଜ୍ୟ ସଦାନନ୍ଦ ସରସ୍ୱତୀ, ତଥା ପୂଜ୍ୟ କେଶବାନନ୍ଦ  ସରସ୍ୱତୀ, କୃଷ୍ଣପ୍ରେମାନନନ୍ଦଜୀ ସରସ୍ୱତୀ, ପ୍ରମୁଖ ସାଧୁସନ୍ଥମାନେ ବିଭିନ୍ନ ବିଷୟରେ ପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଆଶୀର୍ବଚନ ପ୍ରଦାନ କରିବେ । ତାହା ଫଳରେ ସେମାନେ ନିଜ ନିଜ କ୍ଷେତ୍ରରେ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାରରେ ଗଠନମୂଳକ ଭୂମିକା ଗ୍ରହଣ କରିପାରିବେ ।

grtfrefe

କନକ ବ୍ୟୁରୋ : ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ ପକ୍ଷରୁ ୨୦୨୫ ଜାନୁଆରୀ ୬, ୭,୮ ତାରିଖ ତିନିଦିନ ଧରି ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ ଭୁବନେଶ୍ୱର ସ୍ଥିତ ଆଇଏମଏଟି ସଭା କକ୍ଷରେ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ସମ୍ମିଳନୀରେ ସାରା ପୃଥିବୀରୁ ପ୍ରାୟ ୫୦୦ ରୁ ଅଧିକ ପ୍ରତିନିଧି ଯୋଗଦେବେ । ସାରା ଭାରତ ତଥା ଅନ୍ୟ ଦେଶ ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି ସେ ସବୁ ସ୍ଥାନରୁ ପ୍ରତିନିଧୀମାନେ ଉପସ୍ଥିତ ରହି ଶ୍ରୀଜଗନ୍ନାଥଙ୍କ ଚେତନା ଓ ସଂସ୍କୃତି ସଂପର୍କରେ ପ୍ରଶିକ୍ଷଣ ନେବେ । 

ଜାନୁଆରୀ ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିନିମନ୍ତେ ମାନ୍ୟବର ଓଡିଶାର ରାଜ୍ୟପାଳ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି । ସେହିପରି ୭ ତାରିଖ ସନ୍ଧ୍ୟା ୫ଟାରେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ୮ ତାରିଖ ଦିନ ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ ସାଂସଦ ଜୁଏଲ ଓରାମ, ରାଜ୍ୟ ଆଇନ ମନ୍ତ୍ରୀ ଓ ରାଜ୍ୟ ମୁଖ୍ୟ ପ୍ରଶାସକଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ଏହିଦିନ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ, ଶ୍ରୀଜଗନ୍ନାଥ ଗବେଷଣା ସମ୍ମାନ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସମ୍ମାନ ଜ୍ଞାନୀଗୁଣୀ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ମହାମହିମ ରାଷ୍ଟ୍ରପତି ଏଡି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଏହାସହ ତାଙ୍କ ଉପସ୍ଥିତ ପାଇଁ ଅନୁଷ୍ଠାନ ତରଫରୁ ପ୍ରାର୍ଥନା କରାଯାଇଛି । ଗଜପତି ମହାରାଜ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଟପୋଷକତା ରହିଛନ୍ତି । 

ଏହି କାର୍ଯ୍ୟକ୍ରମରେ ପୂଜ୍ୟ ମାଧବାନନ୍ଦଜୀ ସରସ୍ୱତୀ, ପୂଜ୍ୟ ପ୍ରଜ୍ଞାନାନନ୍ଦ ସରସ୍ୱତୀ, ପୂଜ୍ୟ ସଦାନନ୍ଦ ସରସ୍ୱତୀ, ତଥା ପୂଜ୍ୟ କେଶବାନନ୍ଦ  ସରସ୍ୱତୀ, କୃଷ୍ଣପ୍ରେମାନନନ୍ଦଜୀ ସରସ୍ୱତୀ, ପ୍ରମୁଖ ସାଧୁସନ୍ଥମାନେ ବିଭିନ୍ନ ବିଷୟରେ ପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଆଶୀର୍ବଚନ ପ୍ରଦାନ କରିବେ । ତାହା ଫଳରେ ସେମାନେ ନିଜ ନିଜ କ୍ଷେତ୍ରରେ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାରରେ ଗଠନମୂଳକ ଭୂମିକା ଗ୍ରହଣ କରିପାରିବେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଳିଙ୍ଗ ହସ୍ପିଟାଲର ଚେୟାରମ୍ୟାନ ଡ.ଶିତକଣ୍ଠ ଦାଶ ଆବାହକ ରହିଛନ୍ତି । ଶ୍ରୀ ସଚ୍ଚିଦାନନ୍ଦ ଦାସ ବାବାଜୀ, ମହନ୍ତ ରାମକୃଷ୍ଣ ଦାସ, ଡ.ନରେଶ ଚନ୍ଦ୍ର ଦାସ, ଡ.ଅସିତ ମହାନ୍ତି, ପ୍ରଦୀପ କୁମାର ସାହୁ, ଡା. କରୁଣାକର ପ୍ରଧାନ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe