କନକ ବ୍ୟୁରୋ : ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଗଜପତି ମହାରାଜ । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଏବଂ ଦୀଘା ମନ୍ଦିର ମୂର୍ତ୍ତିରେ ଦାରୁ ବ୍ୟବହାର ପ୍ରସଙ୍ଗକୁ ନେଇ ବିବାଦ ତେଜିଛି । ଏହାକୁ ନେଇ ଗଜପତିଙ୍କୁ ଚିଠି ଲେଖିଥିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଆଉ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲି ଗଜପତି ମହାରାଜ କହିଛନ୍ତି ଉଚିତ ପଦକ୍ଷେପ ନିଆଯିବ । ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଧାମ ନାମ ବ୍ୟବହାର ନେଇ ଅସନ୍ତୋଷ ପ୍ରକଟ କରି ଚିଠି ଲେଖିଥିଲେ ସୁଦର୍ଶନ ପଟ୍ଟନାୟକ । ପୂର୍ବରୁ ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଏଥିରୁ ନିବୃତ୍ତ ରହିବା ନେଇ ପଶ୍ଚିମବଙ୍ଗ ସି ଏମ ଙ୍କୁ ମଧ୍ୟ ଟ୍ୱିଟ୍  କରିଥିଲେ। ତେବେ ଗଜପତି ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ।  ଗଜପତିଙ୍କୁ ଏନେଇ ଅବଗତ କରାଇବା ସହ ଶାସ୍ତ୍ରୀୟ ମତ ଅନୁସାରେ ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ ଚିଠିରେ ଯୁକ୍ତି ଉଲ୍ଲେଖ କରିଛନ୍ତି ସୁଦର୍ଶନ । ସୁଦର୍ଶନଙ୍କ ଚିଠିର ଉତ୍ତର ଦେଇ ଗଜପତି ମହାରାଜ କହିଛନ୍ତି ଉଚିତ ପଦକ୍ଷେପ ନିଆଯିବ ।